କଂଗ୍ରେସ ଛାଡ଼ି ଟିଏମସିର ହାତ ଧରିଲେ ଆସାମର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରିପୁନ ବୋରା

କଂଗ୍ରେସ ଛାଡ଼ି ଟିଏମସିର ହାତ ଧରିଲେ ଆସାମର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରିପୁନ ବୋରା

କୋଲକାତା: କଂଗ୍ରେସ ଛାଡ଼ିଲେ ଆସାମ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରିପୁନ ବୋରା। ରବିବାର ଦିନ କଂଗ୍ରେସ ହାତ ଛାଡ଼ି ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି ରିପୁନ। ଟିଏମସିର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଆସାମ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ ରାଜ୍ୟସଭା ସାଂସଦଙ୍କୁ ଦଳରେ ସାମିଲ କରାଇଛନ୍ତି। ରାଜ୍ୟ କଂଗ୍ରେସରେ ହୋଇଥିବା ବିବାଦକୁ ଦର୍ଶାଇ ବୋରା ଆଜି ଦଳରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି।

ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସର ଟ୍ବିଟର ଆକାଉଣ୍ଟରେ ଏ ବିଷୟରେ ସୂଚନା ଦିଆଯାଇଛି। ଟ୍ବିଟରେ ଲେଖାଯାଇଛି ଯେ, ରିପୁନ ବୋରାଙ୍କୁ ଟିଏମସିକୁ ସ୍ବାଗତ କରି ଆମେ ଆନନ୍ଦିତ। ସେ ପୂର୍ବରୁ ଆସାମର ପଞ୍ଚାୟତ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ, ଶିକ୍ଷା ମନ୍ତ୍ରୀ, ରାଜ୍ୟସଭା ସାଂସଦ ତଥା ଆସାମ ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଇଛନ୍ତି। ଆଜି ସେ ଟିଏମସିର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ଉପସ୍ଥିତିରେ ଟିଏମସିରେ ସାମିଲ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe