ମା କ୍ଷୀର ବିକ୍ରି କରୁଥିବା ଏହି କମ୍ପାନିର ଲାଇସେନ୍ସ ରଦ୍ଦ କଲା ଏଫଏସଏସଆଇ

ମା କ୍ଷୀର ବିକ୍ରି କରୁଥିବା ଏହି କମ୍ପାନିର ଲାଇସେନ୍ସ ରଦ୍ଦ କଲା ଏଫଏସଏସଆଇ

ବାଙ୍ଗାଲୋର: ମା କ୍ଷୀରକୁ ବ୍ୟବସାୟିକ ଢଙ୍ଗରେ ବିକୁଥିବା କମ୍ପାନିକୁ ଶକ୍ତ ଝଟକା ଦେଇଛି ଏଫଏସଏସଆଇ | ବାଙ୍ଗାଲୋର ସ୍ଥିତ କମ୍ପାନି ନିଓଲାକ୍ଟା ଲାଇଫ ସାଇନ୍ସେସ୍ ପ୍ରାଇଭେଟ ଲିମିଟେଡର ଲାଇସେନ୍ସକୁ ରଦ୍ଦ କରାଯାଇଛି | ମିଳିଥିବା ସୂଚନା ମୁତାବକ ବାଙ୍ଗାଲୋରର ଏହି କମ୍ପାନି ମା କ୍ଷୀର ବିକ୍ରି କରିଥାଏ | ଏସିଆ ମହାଦେଶର ଏହା ପ୍ରଥମ କମ୍ପାନି ଯାହାକି ମା କ୍ଷୀରକୁ ନେଇ ବ୍ୟବସାୟ କରିଥାଏ | ଏବେ ଏହାକୁ ନେଇ ବିବାଦ ଦେଖାଯାଇଛି |

କିଛି ସାମାଜିକ କର୍ମୀ କମ୍ପାନିର ବିକ୍ରି ଶୈଳୀକୁ ନେଇ ଆପତ୍ତି କରିବା ପରେ ଖାଦ୍ୟ ନିୟାମକ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ(ଏଫଏସଏସଆଇ) କମ୍ପାନିର ଲାଇସେନ୍ସକୁ ବାତିଲ କରିଦେଇଛି। ଅବଶ୍ୟ, ଏଫଏସଏସଆଇର ଯାଞ୍ଚରୁ ଜଣାପଡିଛି ଯେ ନଭେମ୍ବର ୨୦୨୧ରେ କମ୍ପାନୀ ଏହାର ଉତ୍ପାଦ 'ନାରୀକ୍ଷୀରା' ପାଇଁ ଲାଇସେନ୍ସ ପାଇଥିଲା | ଏହାକୁ ପ୍ରସ୍ତୁତ କରୁଥିବା କମ୍ପାନି ନିଓଲାକ୍ଟା ଲାଇଫ ସାଇନ୍ସେସ୍ ପ୍ରାଇଭେଟ ଲିମିଟେଡ୍ ୨୦୧୬ ମସିହାରେ ପ୍ରତିଷ୍ଠିତ ହୋଇଥିଲା |

ଦୁଗ୍ଧ ଉତ୍ପାଦ ବର୍ଗରେ କମ୍ପାନି ଏଫଏସଏସଆଇର କର୍ଣ୍ଣାଟକ କାର୍ଯ୍ୟାଳୟରୁ ଲାଇସେନ୍ସ ନେଇଥିଲା | ତେବେ ସାମାଜିକ କର୍ମୀମାନେ ଆପତ୍ତି କରିଥିଲେ ଯେ, ଏହି କମ୍ପାନି ମା’ମାନଙ୍କଠାରୁ କ୍ଷୀର ସଂଗ୍ରହ କରି ଦୁଗ୍ଧଜାତ ଦ୍ରବ୍ୟ ଭାବରେ ବିକ୍ରୟ କରିବାକୁ ଅନୁମତି ଦିଆଯିବା ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟଜନକ। ସୂଚନା ଥାଉ କି ନିଓଲାକ୍ଟା ପକ୍ଷରୁ ମାମାନଙ୍କ ଠାରୁ ସଂଗ୍ରହ କରାଯାଉଥିବା କ୍ଷୀର ମୁଖ୍ୟତଃ ଅପରିପକ୍ଵ କିମ୍ବା ଅସୁସ୍ଥ ଶିଶୁମାନଙ୍କୁ ଦିଆଯାଇଥାଏ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe