ଇଣ୍ଡିଗୋ ବିମାନରୁ ଇନ୍ଧନ ଲିକ୍‌: ବାରାଣସୀରେ ଜରୁରୀ ଅବତରଣ

କୋଲକାତାରୁ ଶ୍ରୀନଗରକୁ ଉଡ଼ାଣ କରୁଥିବା ଏକ ଇଣ୍ଡିଗୋ ବିମାନ ଆଜି ଉତ୍ତରପ୍ରଦେଶର ବାରାଣସୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରିଛି। ବିମାନରୁ ଇନ୍ଧନ ଲିକ୍‌ ହେଉଥିବା ଜଣାପଡ଼ିବା ପରେ ସମସ୍ତ ୧୬୬ ଯାତ୍ରୀ ଏବଂ ବିମାନ....

indigo

ନୂଆଦିଲ୍ଲୀ: କୋଲକାତାରୁ ଶ୍ରୀନଗରକୁ ଉଡ଼ାଣ କରୁଥିବା ଏକ ଇଣ୍ଡିଗୋ ବିମାନ ଆଜି ଉତ୍ତରପ୍ରଦେଶର ବାରାଣସୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରିଛି। ବିମାନରୁ ଇନ୍ଧନ ଲିକ୍‌ ହେଉଥିବା ଜଣାପଡ଼ିବା ପରେ ସମସ୍ତ ୧୬୬ ଯାତ୍ରୀ ଏବଂ ବିମାନ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ବିମାନରୁ ବାହାର କରାଯାଇଛି। କର୍ତ୍ତୃପକ୍ଷ  ସ୍ପଷ୍ଟ କରିଛନ୍ତି ଯେ ସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି ଏବଂ ବିମାନବନ୍ଦରରେ ସ୍ବାଭାବିକ ଅପ‌ରେସନ୍‌ ଆରମ୍ଭ ହୋଇଛି।

ଏଲ୍‌ବିଏସ୍‌ଆଇ ବିମାନବନ୍ଦର ନିର୍ଦ୍ଦେଶକ ପୁନୀତ ଗୁପ୍ତା କହିଛନ୍ତି, ଇଣ୍ଡିଗୋ ଏୟାରଲାଇନ୍ସର ଫ୍ଲାଇଟ୍‌ ନମ୍ବର ୧୯୬୧ କୋଲକାତାରୁ ଶ୍ରୀନଗର ଅଭିମ‌ୁଖେ ଉଡ଼ାଣ କରୁଥିବାବେଳେ ପାଇଲଟ ବିମାନରେ ଇନ୍ଧନ ଲିକ୍‌ ହେଉଥିବା ଜାଣିବାକୁ ପାଇଥିଲେ ଏବଂ ତୁରନ୍ତ ଏଟିସି (ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ) ସହ ଯୋଗାଯୋଗ କରି ଜରୁରୀ ଅବତରଣ ପାଇଁ ଅନୁମତି ଦେବାକୁ ଅନୁରୋଧ କରିଥିଲେ। ଅନୁମତି ମିଳିବା ପରେ ବିମାନ ଅପରାହ୍ନ ୪ଟା ସମୟରେ ରନ୍‌ୱେରେ ଅବତରଣ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe