ଡୋମିନିକାରୁ ଗିରଫ ହେଲେ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସି

Advertisment
ଡୋମିନିକାରୁ ଗିରଫ ହେଲେ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସି

Image Courtesy of India Today

ନୂଆଦିଲ୍ଲୀ: କ୍ୟୁବାକୁ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ପଳାତକ ହୀରା ସୌଦାଗର ମେହୁଲ ଚୋକ୍‌ସିଙ୍କୁ ଡୋମିନିକାରୁ ଗିରଫ କରାଯାଇଛି। ‘ପଞ୍ଜାବ ନ୍ୟାସ୍‌ନାଲ୍‌ ବ୍ୟାଙ୍କ୍‌’ର ୧୩,୫୦୦ କୋଟି ଟଙ୍କା ଋଣ ଦୁର୍ନୀତିରେ ସମ୍ପୃକ୍ତ ୬୨ ବର୍ଷିୟ ଚୋକ୍‌ସି ଏ ସପ୍ତାହ ପ୍ରାରମ୍ଭରେ ଆଣ୍ଟିଗୁଆ ଓ ବାର୍‌ବୁଡାରେ ନିରୁଦ୍ଦିଷ୍ଟ ହୋଇଯାଇଥିଲେ।

‘ଇଣ୍ଟର୍‌ପୋଲ୍‌’ ‘ୟେଲୋ କର୍ଣ୍ଣର୍‌’ ନୋଟିସ୍ ଜାରି କରିବା ପରେ କାରିବିୟାନ୍‌ ସାଗର ମଧ୍ୟସ୍ଥ କ୍ଷୁଦ୍ର ଦ୍ବୀପ ଡୋମିନିକାରେ ତାଙ୍କର ସନ୍ଧାନ ମିଳିଲା ଏବଂ ସ୍ଥାନୀୟ ପୁଲିସଦ୍ବାରା ସେ ଗିରଫ ହୋଇଛନ୍ତି। ଗୋଟାଏ ନୌକାରେ ସେ ଆଣ୍ଟିଗୁଆ ଓ ବାରବୁଡାରୁ ଯାଇ ଡୋମିନିକାରେ ପହଞ୍ଚିଥିଲେ ବୋଲି ‘ଇଣ୍ଟର୍‌ପୋଲ୍‌’ ‘ସିବିଆଇ’କୁ ସୂଚନା ଦେଇଛି।

publive-image Image Courtesy of NDTV

ଗଣମାଧ୍ୟମକୁ ଆଣ୍ଟିଗୁଆ ଓ ବରବୁଡାର ପ୍ରଧାନମନ୍ତ୍ରୀ ଗ୍ୟାଷ୍ଟନ୍‌ ବ୍ରାଉନି କହିଛନ୍ତି, ବେଆଇନ୍ ଭାବେ ପ୍ରବେଶ କରିଥିବାରୁ ତାଙ୍କୁ ଅଟକ ରଖିବା ଲାଗି ଆମେ ଡୋମିନିକା ସରକାରଙ୍କୁ କହିଛୁ। ସେଠାକାର ସରକାରଙ୍କୁ ଆହୁରି ମଧ୍ୟ କହିଛୁ କି, ତାଙ୍କୁ ‘ଅଗ୍ରହଣୀୟ ବ୍ୟକ୍ତି’ ସୂଚିତ କରି ସିଧାସଳଖ ଭାରତକୁ ପ୍ରତ୍ୟର୍ପଣ କରାଯାଉ।

ସୂଚନାଯୋଗ୍ୟ, ଜାନୁଆରି ୨୦୧୮ରୁ ମେହୁଲ ଚୋକ୍‌ସି ଆଣ୍ଟିଗୁଆ ଏବଂ ବାରବୁଡାରେ ବାସ କରୁଛନ୍ତି। ପଞ୍ଜାବ ନ୍ୟାସ୍‌ନାଲ୍‌ ବ୍ୟାଙ୍କ୍‌ ଋଣ ଦୁର୍ନୀତି ମାମଲାରେ ତାଙ୍କୁ ଓ ତାଙ୍କ ପୁତୁରା ନିରବ ମୋଦୀଙ୍କୁ ‘ସିବିଆଇ’ ଖୋଜୁଥିଲା। ଗିରଫ ହୋଇ ସମ୍ପ୍ରତି ନିରବ ମୋଦୀ ଲଣ୍ଡନ କାରାଗାରରେ ଅଛନ୍ତି। ଲଣ୍ଡନ ଅଦାଲତରେ ତାଙ୍କ ନାମରେ ମାମଲା ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe