ରିୟାଦ: କରୋନା ଭାଇରସ୍ର ପ୍ରକୋପ ବିଶ୍ବବ୍ୟାପୀ ଜାରି ରହିଥିବା ବେଳେ ଏହାର ମୁକାବିଲା ପାଇଁ ଆଜି ଜି-୨୦ ରାଷ୍ଟ୍ର ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ସମ୍ମିଳନୀ କରିଛନ୍ତି। ଏଥିରେ ୧୯ଟି ରାଷ୍ଟ୍ର ଏବଂ ୟୁରୋପୀୟ ସଂଘର ନେତା ଭାଗ ନେଇ କରୋନା ମୁକାବିଲା ସଂକ୍ରାନ୍ତ ବୈଶ୍ବିକ ରଣନୀତି ଉପରେ ଆଲୋଚନା କରିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଅଂଶ ଗ୍ରହଣ କରିଛନ୍ତି। କରୋନା ଭାଇରସ୍ ଯୋଗୁଁ ବିଶ୍ବ ଅର୍ଥନୀତି ଗୁରୁତର ପ୍ରଭାବିତ ହୋଇଥିବା ବେଳେ ବାଣିଜ୍ୟିକ କାରବାର ଠପ୍ ହୋଇଯାଇଛି। ଏହି ଭାଇରସ୍ର ମୁକାବିଲା କରିବା ପାଇଁ ସମଗ୍ର ବିଶ୍ବ ଏକ୍ଜୁଟ ହେବା ପାଇଁ ଏଥିରେ ଅଧ୍ୟକ୍ଷତା କରିଥିବା ସାଉଦି ରାଜା ସଲ୍ମାe କହିଛନ୍ତି। ବିକାଶଶୀଳ ଦେଶମାନଙ୍କୁ କରୋନା ମୁକାବିଲା ପାଇଁ ସ୍ବତନ୍ତ୍ର ସହାୟତା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି।
କରୋନା ମୁକାବିଲା ପାଇଁ ଜି-୨୦ ସମ୍ମିଳନୀ: ବୈଶ୍ବିକ ରଣନୀତି ଉପରେ ଗୁରୁତ୍ବ, ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କନ୍ଫରେନ୍ସିଂରେ ଭାଗନେଲେ
Advertisment
Follow Us