ଜି-୨୦ ଶିଖର ସମ୍ମିଳନୀ: ମୋଦୀ-ମେଲୋନି ପଞ୍ଚମ ସାକ୍ଷାତ

Advertisment

ବ୍ରାଜିଲର ରିଓ ଡି ଜେନେରୋରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଦ୍ବିପାକ୍ଷିକ କଥାବାର୍ତ୍ତା କରିଛନ୍ତି।

ବ୍ରାଜିଲର ରିଓ ଡି ଜେନେରୋରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଦ୍ବିପାକ୍ଷିକ କଥାବାର୍ତ୍ତା କରିଛନ୍ତି।

sfsfssfsf

Times of India

ରିଓ ଡି ଜେନେରୋ: ବ୍ରାଜିଲର ରିଓ ଡି ଜେନେରୋରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଦ୍ବିପାକ୍ଷିକ କଥାବାର୍ତ୍ତା କରିଛନ୍ତି। ଗତ ଦୁଇ ବର୍ଷ ମଧ୍ୟରେ ଦୁଇ ନେତାଙ୍କ ମଧ୍ୟରେ ଏହା ହେଉଛି ପଞ୍ଚମ ବୈଠକ। ଜୁନ୍ ମାସରେ ଇଟାଲୀର ପୁଗୁଲିଆଠାରେ ଜି-୭ ଶିଖର ସମ୍ମିଳନୀ ସମୟରେ ଉଭୟଙ୍କ ମଧ୍ୟରେ ଶେଷ ବୈଠକ ହୋଇଥିଲା। ପ୍ରତିରକ୍ଷା, ବାଣିଜ୍ୟ, ସ୍ୱଚ୍ଛ ଶକ୍ତି ଏବଂ ଯୋଗାଯୋଗ ଭଳି ପ୍ରମୁଖ କ୍ଷେତ୍ରରେ ସହଯୋଗ ସୁଦୃଢ଼ କରିବା ପାଇଁ ଭାରତ ଏବଂ ଇଟାଲୀ ଏକ ବିସ୍ତୃତ ପଞ୍ଚବାର୍ଷିକ ଯୋଜନା ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଇଟାଲୀ ପ୍ରଧାନମନ୍ତ୍ରୀ ମେଲୋନିଙ୍କ ମଧ୍ୟରେ ବ୍ୟାପକ ଆଲୋଚନା ପରେ ଏହି ପଦକ୍ଷେପ ନିଆଯାଇଛି।

ଦ୍ବିପାକ୍ଷିକ ସହଯୋଗ ବୃଦ୍ଧି ପାଇଁ ପଞ୍ଚବାର୍ଷିକ ଯୋଜନା ଘୋଷଣା

ମେଲୋନି ମୋଦୀଙ୍କ ସହ ତାଙ୍କର ସାକ୍ଷାତକୁ ‘ଅତ୍ୟନ୍ତ ସୌହାର୍ଦ୍ଦ୍ୟମୂଳକ’ ବୋଲି ବର୍ଣ୍ଣନା କରିବା ସହ ‘ଏକ୍ସ’ରେ ଏକ ପୋଷ୍ଟ ମାଧ୍ୟମରେ ସେମାନଙ୍କ ଆଲୋଚନା ବିଷୟରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବା ଅତ୍ୟନ୍ତ ଖୁସିର ବିଷୟ। ୨୦୨୫-୨୯ ପାଇଁ ମିଳିତ ରଣନୈତିକ କାର୍ଯ୍ୟ ଯୋଜନା ମାଧ୍ୟମରେ ଭାରତ-ଇଟାଲୀ ରଣନୈତିକ ଭାଗିଦାରୀକୁ ସୁଦୃଢ଼ କରିବା ପାଇଁ ଏହି ଆଲୋଚନା ଏକ ମୂଲ୍ୟବାନ ସୁଯୋଗ ବୋଲି ମେଲୋନି ଗୁରୁତ୍ୱାରୋପ କରି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe