Image Source: India Today
ନୂଆଦିଲ୍ଲୀ: ଜାପାନର ଓସାକା ଠାରେ ଚାଲିଥିବା ଜି୨୦ ଶିଖର ସମ୍ମିଳନୀ ଅବସରରେ ଯୁକ୍ତରାଷ୍ଟ୍ର ଆମେରିକା, ଜାପାନ ଓ ଭାରତ ମଧ୍ୟରେ ତ୍ରିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି। ତିନି ଦେଶର ନେତା ଭାରତ-ପ୍ରଶାନ୍ତ ମହାସାଗରୀୟ ସଂଯୋଗୀକରଣ ସଂକ୍ରାନ୍ତରେ ଆଲୋଚନା କରିବାକୁ ପ୍ରସ୍ତୁତ ହୋଇଛନ୍ତି।
ଜି୨୦ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଜାପାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ସ୍ୱାଗତ କରିଥିଲେ। ସେଠାରେ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱପୂର୍ଣ୍ଣ ବହୁପାକ୍ଷିକ ଆଲୋଚନାରେ ଅଂଶ ଗ୍ରହଣ କରିବେ।
‘ଜେଏଆଇ’ରେ (ଜାପାନ-ଆମେରିକା-ଭାରତ) ଭାରତର ଗୁରୁତ୍ୱ ଉପରେ ମଧ୍ୟ ପ୍ରଧାମନ୍ତ୍ରୀ ମୋଦୀ ଆଲୋକପାତ କରିଛନ୍ତି। ସେ କହିଛନ୍ତି କି, ଏହି ବୈଠକରେ ସେ ଚାରିଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଯଥା:- ଇରାନ୍, ୫ଜି, ଦ୍ୱିପାକ୍ଷିକ ସମ୍ପର୍କ ଏବଂ ପ୍ରତିରକ୍ଷା ସମ୍ପର୍କ ସଂକ୍ରାନ୍ତରେ ଆଲୋଚନା କରିବେ।
ବୈଠକସ୍ଥଳରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ପହଞ୍ଚି ନିର୍ବାଚନରେ ବିଜୟ ହାସଲ କରିଥିବାରୁ ପ୍ରଧାମନ୍ତ୍ରୀ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଜାପାନକୁ ଆସି ତାଙ୍କୁ ଅତ୍ୟନ୍ତ ଖୁସି ଲାଗୁଛି ବୋଲି ସେ ଟୁଇଟ୍ କରିଛନ୍ତି।
Image Source: Hindustan Timesଡୋନାଲ୍ଡ୍ ଟ୍ରମ୍ପ୍ କହିଛନ୍ତି: ଆମେ ପରମ ମିତ୍ର ହୋଇଛୁ। ଆମ ଦେଶ ସବୁ ଏତେ ନିବିଡ଼ ହୋଇ ନ ଥିଲେ। ମୁଁ ଦୃଢ଼ତାର ସହ ଏ କଥା କହୁଛି। ସାମରିକ କ୍ଷେତ୍ର ସମେତ ଆମେ ଅନେକ କ୍ଷେତ୍ରରେ କାର୍ଯ୍ୟ କରିବୁ। ଆଜି ଆମେ ବାଣିଜ୍ୟ ସଂକ୍ରାନ୍ତରେ ଆଲୋଚନା କରିବୁ।
ଇରାନ୍ ସଂକ୍ରାନ୍ତରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ୍ କହିଲେ: ଗତ ତିନି ଦିନ ତଳେ ଯାହା କହିଥିଲି ଆଜି ତାହାହିଁ କହୁଛି। ଆମ ପାଖରେ ଢେର୍ ସମୟ ଅଛି, ତରବର ହେବା ଅନାବଶ୍ୟକ। ସେମାନେ ବି ସମୟ ନେଇ ପାରନ୍ତି। ଆଦୌ ସମୟ ଚାପ ନାହିଁ। ସୁଫଳ ମିଳିବ ବୋଲି ଶେଷରେ ମୁଁ ଆଶା କରୁଛି। ଯଦି ସଫଳତା ମିଳେ ଅତି ଭଲ, ଯଦି ନ ହୁଏ, କ’ଣ ହେବ ଆପଣମାନେ ଶୁଣିବେ।
Follow Us