ଇସ୍ରାଏଲର ଆତ୍ମରକ୍ଷା ଅଧକାର ଅଛି : ଜି-୭ ସଦସ୍ୟ ରାଷ୍ଟ୍ରଙ୍କ ମିଳିତ ବିବୃତ୍ତି

ଜି-୭ ନେତାମାନେ ଏକ ମିଳିତ ବୟାନ ପ୍ରକାଶ କରିଛନ୍ତି, ଯେଉଁଥିରେ ସମସ୍ତେ ଖୋଲାଖୋଲି ଭାବରେ ଇସ୍ରାଏଲର ପକ୍ଷକୁ ସମର୍ଥନ କରିଛନ୍ତି। ଜି-୭ ନେତାମାନେ ଜୋର ଦେଇଛନ୍ତି ଯେ ଇସ୍ରାଏଲର ନିଜକୁ ରକ୍ଷା କରିବାର ସମ୍ପୂର୍ଣ୍ଣ ଅଧିକାର ଅଛି।

ୁ୭

ଓଟାଓ୍ବା : ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଚେତାବନୀ ଦେଇଛନ୍ତି। ରୁଷ ଏବଂ ଚୀନ ଇରାନ ଉପରେ ଆକ୍ରମଣ ପାଇଁ ଇସ୍ରାଏଲକୁ ସମାଲୋଚନା କରିଛନ୍ତି। ଏହି ସମୟରେ, ଜି-୭ ନେତାମାନେ ଏକ ମିଳିତ ବୟାନ ପ୍ରକାଶ କରିଛନ୍ତି, ଯେଉଁଥିରେ ସମସ୍ତେ ଖୋଲାଖୋଲି ଭାବରେ ଇସ୍ରାଏଲର ପକ୍ଷକୁ ସମର୍ଥନ କରିଛନ୍ତି।

ଜି-୭ ନେତାମାନେ ଜୋର ଦେଇଛନ୍ତି ଯେ ଇସ୍ରାଏଲର ନିଜକୁ ରକ୍ଷା କରିବାର ସମ୍ପୂର୍ଣ୍ଣ ଅଧିକାର ଅଛି। ବିବୃତ୍ତିରେ ଏହା ମଧ୍ୟ କୁହାଯାଇଛି ଯେ ଇରାନ ପରମାଣୁ ଅସ୍ତ୍ର ତିଆରି କରିପାରିବ ନାହିଁ। ତେବେ ଉତ୍ତେଜନା ହ୍ରାସ ପାଇଁ ଏହି ବିବୃତିରେ କୁହାଯାଇଛି । ଅନ୍ୟପକ୍ଷରେ ଏଥିରେ କୁହାଯାଇଛି ଯେ ଜି-୭ ନେତାମାନେ ଶକ୍ତି ବଜାର ସମେତ ବଜାର ସ୍ଥିରତାକୁ ରକ୍ଷା କରିବା ପାଇଁ କାମ କରିବେ।

ସୂଚନାଯୋଗ୍ୟ ଯେ ମଙ୍ଗଳବାରଠାରୁ କାନାଡାର କାନାନାକିସଠାରେ ଆରମ୍ଭ ହେଉଛି ଜି-୭ ସମ୍ମିଳନୀ । ଏଥିରେ ଯୋଗ ଦେବାକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାନାଡା ଆଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe