Image Courtesy of NBT
ଲକ୍ଷ୍ନୌ: ଦେଶରେ ପ୍ରଥମ ରାଜ୍ୟ ଭାବେ ଉତ୍ତର ପ୍ରଦେଶ ବ୍ରିଟିସ୍ ଅମଳରୁ ଚଳିଆସୁଥିବା ୧୦୦୦ଟି ଆଇନ୍ ଉଠାଇ ଦେବାକୁ ଯାଉଛି। ଏହି ଆଇନ୍ଗୁଡ଼ିକ ମଧ୍ୟରୁ କେତେକ ୧୫୦ ବର୍ଷର ପୁରୁଣା। ଥରକରେ ସରକାର ସେସବୁ ଉଚ୍ଛେଦ କରିବାର ଯୋଜନା କରୁଛନ୍ତି।
ଏ ଭଳି ପୁରୁଣା କାଳିଆ ଆଇନ୍ ସବୁର ତାଲିକା କରୁଛନ୍ତି ଯୋଗୀ ସରକାର। ଏହାକୁ ଉଚ୍ଛେଦ କରିବା ପାଇଁ ଆଗାମୀ ବଜେଟ୍ ଅଧିବେଶନରେ ଉକ୍ତ ତାଲିକା ଉପସ୍ଥାପନ କରାଯିବ। ଉତ୍ତର ପ୍ରଦେଶର ଆଇନ୍ ମନ୍ତ୍ରୀ ବ୍ରଜେଶ ପାଠକ କହନ୍ତି, ଏ ଭିତରେ ନୂତନ ଆଇନଗତ ବ୍ୟବସ୍ଥା ଯୋଗୁଁ ସେ ଆଇନ୍ ସବୁ ପ୍ରାସଙ୍ଗିକତା ହରାଇ ସାରିଛି। ଗୋଟିଏ ଥରରେ ସେ ଆଇନ୍ଗୁଡ଼ିକୁ ଉଠାଇ ଦେବା ପାଇଁ ଯାଞ୍ଚ ଚାଲିଛି।
ପୁରାତନ ଏବଂ ଅପ୍ରାସଙ୍ଗିକ ଆଇନ୍ଗୁଡ଼ିକୁ ଚିହ୍ନଟ କରିବା ପ୍ରକ୍ରିୟା ୨୦୧୪ ମସିହା ସେପ୍ଟେମ୍ବର ମାସରେ ଆରମ୍ଭ କରାଯାଇଥିଲା। ଏଥିପାଇଁ ଜଷ୍ଟିସ୍ ଏପି ଶାହାଙ୍କ ନେତୃତ୍ୱରେ ଗଠିତ ୨୦ତମ ଭାରତୀୟ ଆଇନ କମିଶନ କହିଥିଲେ।
Follow Us