ପୁଲିସ୍‌ ଏନ୍‌କାଉଣ୍ଟରରେ ଜଣେ ନକ୍ସଲ ନିହତ

ନକ୍ସଲ-ଯବାନ ମୁହାଁମୁହିଁ

ମୁମ୍ବାଇ: ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲ୍ଲାରେ ମାଲଓ୍ଵାଡା ଜଙ୍ଗଲରେ ମଙ୍ଗଳବାର ଦ୍ୱିପହର ସମୟରେ ପୁଲିସ ଓ ନକ୍ସଲ ସହିତ ଗୁଳିବିନି ହୋଇଥିଲା। ଏହି ଗୁଳିବନିମୟରେ ଜଣେ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ପୁଲିସ ନକ୍ସଲ ନିକଟରୁ ଗୋଟିଏ ରାଇଫଲ୍‌ ଜବତ କରିଛି। ପୁଲିସ ସମ୍ପୂର୍ଣ୍ଣ ଅଞ୍ଚଳକୁ ଘେରି ନେବା ସହିତ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲ୍ଲା ମାଲଓ୍ଵାଡା ଜଙ୍ଗଲରେ କିଛି ନକ୍ସଲ ଲୁଚି ରହିଥିବା ପୁଲିସକୁ ଖବର ମିଳିଥିଲା। ପୁଲିସ ଯେତେବେଳେ ଜଙ୍ଗଲରେ ନକ୍ସଲଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ୍‌ ଜାରି କରିଥିଲା ନକ୍ସଲଙ୍କ ତରଫରୁ ଗୁଳିବିନିମୟ ଆରମ୍ଭ ହୋଇଯାଇଥିଲା। ଉଭୟ ପକ୍ଷରୁ ଚଳା ଯାଇଥିବା ଗୁଳି ବିନିମୟରେ ଜଣେ ନକ୍ସଲ ନିହତ ହୋଇଥିବା ଖବର ମିଳିଛି। ଅନ୍ୟ ନକ୍ସଲକୁ ଧରିବା ପାଇଁ ପୁଲିସ ସର୍ଚ୍ଚ ଅପରେସନ୍‌ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe