ନୂଆଦିଲ୍ଲୀ: କେବେ ବଦଳିବ ଭାରତୀୟ ରାସ୍ତାର ଚେହେରା ? କେବେ ବଦଳିବ ରାଜରାସ୍ତାର ମୁଖମଣ୍ଡଳ ? ଗଣମାଧ୍ୟମର ପ୍ରଶ୍ନରେ ବଡ଼ ବୟାନ ଦେଇଛନ୍ତି କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । କହିଛନ୍ତି- ଭାରତୀୟ ରାସ୍ତାର ଭିତ୍ତିଭୂମି ଖୁବଶୀଘ୍ର ବଦଳିବ, ଆଗାମୀ ୨ ବର୍ଷ ଭିତରେ ଭାରତର ରାସ୍ତା ଆମେରିକା ସହ ତୁଳନୀୟ ହେବ ।
ତେବେ ଗତ ଦଶନ୍ଧି ଧରି ବିଜେପି ସରକାର ଦେଶର ରାସ୍ତାର ବିକାଶ ଏବଂ ଉନ୍ନତିକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଗଡକରୀ କହିଛନ୍ତି ତାଙ୍କୁ କିଛି ଆମେରିକାର ଲୋକ ଭେଟିଥିଲେ ଆଉ କହିଥିଲେ କି ଭାରତର ରାସ୍ତା ଆମେରିକା ଠାରୁ ଭଲ ।
ଜମ୍ମୁ ଏବଂ ଶ୍ରୀନଗର ଭିତରେ ୩୬ଟି ସୁଡଙ୍ଗ ନିର୍ମାଣ ଚାଲିଛି । ୨୩ଟିର କାମ ସରିଛି, ଅନ୍ୟ ସବୁର କାମ ଚାଲୁ ରହିଛି । ପର୍ବତମାଳା ଯୋଜନାରେ ୧୫ଟି ରୋପ୍ ଓ୍ୱେର ବିକାଶ କାମ ଚାଲିଛି ।
ଅଧିକ ପଢନ୍ତୁ-
ଭାରତ-ପାକିସ୍ତାନ ଅସ୍ତ୍ରବିରତିକୁ ପୂରିଲା ମାସେ: ସୀମାରେ ଗୋଟିଏ ବି ଗୁଳି ନଫୁଟିବାକୁ ହୋଇଛି ନିଷ୍ପତ୍ତି...