ମଞ୍ଚରେ ଅଚେତ ହୋଇପଡ଼ିଲେ ଗଡ଼କରି

Advertisment
ମଞ୍ଚରେ ଅଚେତ ହୋଇପଡ଼ିଲେ ଗଡ଼କରି

ମୁମ୍ବାଇ: କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡ଼କରି ଆଜି ମହାରାଷ୍ଟ୍ରର ଏକ କାର୍ଯ୍ୟକ୍ରମ ଯୋଗଦେଇଥିଲେ। ମଞ୍ଚ ଉପରେ ଥିବାବେଳେ ସେ ବେହୋସ୍ ହୋଇ ପଡ଼ିଥିଲେ। ରକ୍ତ ଶର୍କରା ସ୍ତର କମିଯିବାରୁ ସେ ହଠାତ୍‌ ଚେତାଶୂନ୍ୟ ହୋଇପଡ଼ିଥି‌ବା ଜଣାପଡ଼ିଛି। ଅହମ୍ମଦନଗର ଜିଲ୍ଲାର ଏକ କୃଷି ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଆଜି ନୀତୀନ ‌ଯୋଗ ଦେଇଥିବା‌ବେଳେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ଠିକ୍‌ ଅଛି। ଗଡ଼କରି ନିଜେ ମଧ୍ୟ ଟ୍ବିଟ୍‌ କରି ଜଣାଇଛନ୍ତି ଯେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ଭଲ ଅଛି। ହଠାତ୍‌ ରକ୍ତ ଶର୍କରା ସ୍ତର କମିଯିବାରୁ ସେ ବେହୋସ୍‌ ହୋଇ ପଡ଼ିଲେ। ଅନ୍ୟପକ୍ଷେ ମହାରାଷ୍ଟ୍ର ରାଜନେତା ତଥା ଏନ୍‌ସିପି ନେତା ଶରଦ ପାୱାର ଆଜି ନୀତୀନଙ୍କ ଉତ୍ତମ ସ୍ବାସ୍ଥ୍ୟ ପାଇଁ ଟ୍ବିଟ୍‌ କରି କହିଛନ୍ତି, ବେଳେବେଳେ କଠିନ ପରିଶ୍ରମ ସ୍ବାସ୍ଥ୍ୟ ଉପରେ ଖରାପ୍‌ ପ୍ରଭାବ ପ‌କାଇଥାଏ। ତେଣୁ ଏ କ୍ଷେତ୍ରରେ ସ୍ବାସ୍ଥ୍ୟର ଯଥେଷ୍ଟ ଯତ୍ନ ନେବା ଆବଶ୍ୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe