ନୂଆଦିଲ୍ଲୀ: ଦେଶର ପ୍ରଥମ ମାନବଧାରୀ ମହାକାଶ ଅଭିଯାନ ନିମନ୍ତେ ଭାରତୀୟ ବାୟୁସେନା ୧୦ ଜଣ ସମ୍ଭାବ୍ୟ ମହାକାଶଚାରୀଙ୍କୁ ଚୟନ କରିବ ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥାନର ଅଧ୍ୟକ୍ଷ କେ ସିବନ କହିଛନ୍ତି। ଏହି ଦଶ ଜଣଙ୍କ ମଧ୍ୟରୁ ଇସ୍ରୋ ତିନିଜଣଙ୍କୁ ମନୋନୀତ କରିବ। ସେମାନଙ୍କୁ ଭାୟତୀୟ ବାୟୁସେନା ତାଲିମ ଦେବ।
/sambad/media/post_attachments/wp-content/uploads/2019/06/gaganjan-1.jpg)
ଇସ୍ରୋ ମୁଖ୍ୟ କହିଛନ୍ତି: ବେଙ୍ଗାଲୁରୁସ୍ଥିତ ଇସ୍ରୋର ହ୍ୟୁମାନ୍ ସ୍ପେସ୍ ଫ୍ଲାଇଟ୍ ସେଣ୍ଟର୍ରେ କ୍ରୁ’ମାନଙ୍କୁ ତାଲିମ ଦେବା ନିମନ୍ତେ ଭାୟତୀୟ ବାୟୁସେନା ସହ ଆମେ ରାଜିନାମା କରିଛୁ। ଏହି ଅଭିଯାନ ପାଇଁ ଭାୟତୀୟ ବାୟୁସେନା ୧୦ ଜଣଙ୍କୁ ବାଛିବ। ଆସନ୍ତା ମାସେ/ ଦୁଇମାସ ମଧ୍ୟରେ ସମ୍ଭାବ୍ୟ କ୍ରୁ’ମାନଙ୍କୁ ଚୟନ କରାଯିବ। ଚୂଡ଼ାନ୍ତ ପର୍ଯ୍ୟାୟରେ ସ୍ପେସ୍ଫ୍ଲାଇଟ୍ ମିସନ ଲାଗି ଇସ୍ରୋ ୧୦ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ଚୟନ କରିବ।
Image Source: India Samacharଦେଶର ପ୍ରଥମ ମାନବବାହୀ ଅଭିଯାନ ଲାଗି ପୂରା ଦମ୍ରେ ପ୍ରସ୍ତୁତି ଚାଲିଛି। ଏଥିପାଇଁ ନିକଟରେ ଇସ୍ରୋ ନେସ୍ନାଲ୍ ଆଡ୍ଭାଇଜରି କାଉନସିଲ୍ ବୈଠକ କରିଥିଲା। ଏଥିରେ ଗଗନଯାନ ପ୍ରକଳ୍ପରେ ସମ୍ପୃକ୍ତ ସମସ୍ତ ପ୍ରତିନିଧି ଏବଂ ସଙ୍ଗଠନ ଓ ପ୍ରତିଷ୍ଠାନ ଭାଗ ନେଇଥିଲେ। ଏଥିରେ ଭାରତର ପୂର୍ବତନ ମହାକାଶଚାରୀ ରାକେଶ ଶର୍ମା ମଧ୍ୟ ଭାଗ ନେଇଥିଲେ।
ମଣିଷ ଯାତ୍ରା ପାଇଁ ଉଦ୍ଦିଷ୍ଟ ଜିଏସ୍ଏଲ୍ଭି ଏମ୍କେ-୩ର ଉପରସ୍ତର ପାଇଁ ଆବଶ୍ୟକ ସିଇ-୨୦ ଇଞ୍ଜିନ୍କୁ ମଧ୍ୟ ଇସ୍ରୋ ପରୀକ୍ଷା କରିଛି। ଏଥିରେ ହିଁ ଭାରତୀୟ ମହାକାଶଚାରୀମାନେ ମହାଶୂନ୍ୟକୁ ଯାତ୍ରା କରିବେ।
Follow Us