ଗତ ଦୁଇ ଦଶନ୍ଧିରେ ହାସଲ ହୋଇଥିବା ଆଫଗାନିସ୍ତାନ ଶାନ୍ତି ପ୍ରକ୍ରିୟାର ସଫଳତା ପ୍ରତି ଯତ୍ନବାନ ହେବା ଆବଶ୍ୟକ: ପ୍ରଧାନମନ୍ତ୍ରୀ ମୋଦୀ

Advertisment
ଗତ ଦୁଇ ଦଶନ୍ଧିରେ ହାସଲ ହୋଇଥିବା ଆଫଗାନିସ୍ତାନ ଶାନ୍ତି ପ୍ରକ୍ରିୟାର ସଫଳତା ପ୍ରତି ଯତ୍ନବାନ ହେବା ଆବଶ୍ୟକ: ପ୍ରଧାନମନ୍ତ୍ରୀ ମୋଦୀ

Image Courtesy of Hindustan Times

ନୂଆଦିଲ୍ଲୀ: ଗତ ଦୁଇ ଦଶନ୍ଧିରେ ହାସଲ ହୋଇଥିବା ଆଫଗାନିସ୍ତାନ ଶାନ୍ତି ପ୍ରକ୍ରିୟାର ସଫଳତା ପ୍ରତି ଯତ୍ନବାନ ହେବା ଆବଶ୍ୟକ। ଏହି ଶାନ୍ତି ପ୍ରକ୍ରିୟାକୁ ଆଫଗାନମାନେ ନିଜ ନେତୃତ୍ୱ ଓ ନିୟନ୍ତ୍ରଣରେ ରଖିବା ସହ ପରିଚାଳନା କରିବା ଆବଶ୍ୟକ ବୋଲି ଆଜି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ଆତଙ୍କବାଦ ବିରୋଧରେ ଭାରତ ଓ ଉଜ୍‌ବେକିସ୍ତାନ ପରସ୍ପରକୁ ସହଯୋଗ କରନ୍ତି ବୋଲି କହିବା ବେଳେ ଆଜି ଉଜ୍‌ବେକିସ୍ତାନର ରାଷ୍ଟ୍ରପତି ଶାଓକତ୍‌ ମିର୍ଜିୟୋୟେଭ୍‌ଙ୍କ ସହ ଏକ ଭର୍ଚ୍ୟୁଆଲ୍‌ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଉପରୋକ୍ତ କଥା କହିଛନ୍ତି। ଡିସେମ୍ବର ୧୪ରେ ଉଜ୍‌ବେକିସ୍ତାନ ରାଷ୍ଟ୍ରପତିଙ୍କ ପଞ୍ଚମ ଶାସନ ବାର୍ଷିକୀ ପଡୁଛି। ସେ ଅବସରରେ ତାଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ଏ ବର୍ଷ ମୁଁ ଆପଣଙ୍କ ଦେଶକୁ ଯିବାକୁ ଖୁବ୍‌ ଇଚ୍ଛା କରିଥିଲି। କିନ୍ତୁ, ମହାମାରୀ ପରିସ୍ଥିତି ଯୋଗୁଁ ଯାଇ ପାରୁ ନାହିଁ।

publive-image Image Courtesy of Hindustan Times

ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ଭାରତ ଓ ଉଜ୍‌ବେକିସ୍ତାନର ସମ୍ପର୍କ ଅତି ପୁରାତନ। ଆମ ପାଇଁ ଏକା ପ୍ରକାରର ବିପତ୍ତି ଏବଂ ସୁଯୋଗ ରହିଛି। ଏ ସବୁ ପ୍ରତି ଆମର ଆଭିମୁଖ୍ୟ ମଧ୍ୟ ଏକ ପ୍ରକାରର। ୨୦୧୮ ଏବଂ ୨୦୧୯ରେ ଉଜ୍‌ବେକିସ୍ତାନ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ପ୍ରସଙ୍ଗ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ସେ ଗସ୍ତ ସବୁ ଦ୍ୱିପାକ୍ଷିକ ସମ୍ପର୍କ ନିମନ୍ତେ ଏକ ନୂତନ ଦିଗନ୍ତ ଉନ୍ମୋଚନ କରିଛି।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଲେ, ଉଗ୍ରବାଦ, ବିଚ୍ଛିନ୍ନତାବାଦ ଏବଂ ମୌଳବାଦ ବିରୋଧରେ ଭାରତ ଏବଂ ଉଜ୍‌ବେକିସ୍ତାନର ଏକା ମନୋଭାବ ରହିଛି। ଆଞ୍ଚଳିକ ନିରାପତ୍ତା ସଂକ୍ରାନ୍ତରେ ମଧ୍ୟ ଆମର ମତ ଅଭିନ୍ନ।

ଭିତ୍ତିଭୂମି, ସୂଚନା ଓ ପ୍ରଯୁକ୍ତିବିଦ୍ୟା, ଶିକ୍ଷା, ସ୍ୱାସ୍ଥ୍ୟ, ତାଲିମ ଆଦି କ୍ଷେତ୍ରରେ ଭାରତର ଦକ୍ଷତା ଉଜ୍‌ବେକିସ୍ତାନକୁ ସାହାଯ୍ୟ କରିପାରେ। ଆପଣଙ୍କ ଶାସନରେ ଉଜ୍‌ବେକିସ୍ତାନରେ ଉଲ୍ଲେଖନୀୟ ସଂସ୍କାର ହୋଇଛି। କୋଭିଡ୍‌ ପରବର୍ତ୍ତୀ ସମୟରେ ଆମେ ଆମର ସମ୍ପର୍କକୁ ଆହୁରି ସୁଦୃଢ଼ କରି ପାରିବା ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe