ରାଜପଥରେ ଭିଆଇପି ଗ୍ୟାଲେରିରେ ପରେଡ୍‌ ଦେଖିବେ ଗଜପତିର ଲାଞ୍ଜିଆ ସଉରା ଦମ୍ପତି

Advertisment
ରାଜପଥରେ ଭିଆଇପି ଗ୍ୟାଲେରିରେ ପରେଡ୍‌ ଦେଖିବେ ଗଜପତିର ଲାଞ୍ଜିଆ ସଉରା ଦମ୍ପତି

ବେନଘାଜି: ଦିଲ୍ଲୀ ରାଜପଥରେ ଅନୁଷ୍ଠିତ ହେବାକୁ ଥିବା ଗଣତନ୍ତ୍ର ଦିବସ ପରେଡ୍‌କୁ ଭିଆଇପି ଗ୍ୟାଲେରିରେ ବସି ଦେଖିବେ ଗଜପତି ଜିଲ୍ଲା ସେରଙ୍ଗର ଲାଞ୍ଜିଆ ସଉରା ଆଦିବାସୀ ଦମ୍ପତି। ଚଳିତବର୍ଷ ଗଣତନ୍ତ୍ର ଦିବସ ପରେଡ୍‌ ପାଇଁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରୁ ନିମନ୍ତ୍ରିତ ହୋଇଥିବା ଆଦିବାସୀ ଅତିଥିମାନଙ୍କ ମଧ୍ୟରେ ଲାଞ୍ଜିଆ ସଉରା ଦମ୍ପତି ସନିଆ ମଣ୍ଡଳ ଓ ସେବାନୀ ରଇତ୍‌ ଦିଲ୍ଲୀରେ ଆସି ପହଞ୍ଚିଛନ୍ତି। ଓଡ଼ିଶାରେ ଅତ୍ୟନ୍ତ ସଙ୍କଟରେ ଥିବା ୧୩ଟି ଆଦିବାସୀ ଗୋଷ୍ଠୀ ମଧ୍ୟରୁ ଲାଞ୍ଜିଆ ସଉରା ଅନ୍ୟତମ। ସରକାରଙ୍କ ଦ୍ୱାରା ସଉରା ଉନ୍ନୟନ ସଂସ୍ଥା ଦ୍ୱାରା ଲାଞ୍ଜିଆ ସଉରାମାନଙ୍କୁ ନେଇ ଅନେକ ବିକାଶମୂଳକ କାର୍ଯ୍ୟ ହାତକୁ ନିଆଯାଇଛି। ତେବେ ଦିଲ୍ଲୀ ରାଜପଥରେ ଗଣତନ୍ତ୍ର ଦିବସ ପରେଡ୍‌ ଦେଖିବାପରେ ଆଦିବାସୀ ଦମ୍ପତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଉପରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଲାଞ୍ଜିଆ ସଉରା ଦମ୍ପତି ବିମାନ ଯୋଗେ ଦିଲ୍ଲୀରେ ଆସି ପହଞ୍ଚିିବାପରେ ସେମାନେ ବେଶ୍‌ ଖୁସି ଅଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ ସମୟରେ ନିଜ ନିଜ ଗ୍ରାମର ସମସ୍ୟା ସମସ୍ୟା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇବା ସହ ସାହାଯ୍ୟ ଲୋଡ଼ିବେ ବୋଲି କହିଛନ୍ତି। ପାରମ୍ପରିକ ପୋଷାକରେ ଦିଲ୍ଲୀରେ ଆସି ପହଞ୍ଚିଥିବା ଲାଞ୍ଜିଆ ଦମ୍ପତି କୃଷି କାର୍ଯ୍ୟ କରି ନିଜର ଜୀବିକା ନିର୍ବାହ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe