ନନ୍ଦୁରବାର ( ମହାରାଷ୍ଟ୍ର): ଆଜି ପୂର୍ବାହ୍ନ ୧୦.୩୦ରେ ମହାରାଷ୍ଟ୍ରର ନନ୍ଦୁରବାର ଷ୍ଟେସନ୍ ନିକଟରେ ୧୨୯୯୩ ଗାନ୍ଧୀଧାମ-ପୁରୀ ଏକ୍ସ୍ପ୍ରେସ୍ ସୁପର୍ଫାଷ୍ଟ୍ ଟେନ୍ର ‘ପାଣ୍ଟ୍ରି କାର୍’ରେ ନିଆଁ ଲାଗିଯାଇଥିଲା।
ଏହି ଅଘଟଣରେ କୌଣସି ଯାତ୍ରୀ ମୃତାହାତ ହୋଇ ନ ଥିବା କଥା ପଶ୍ଚିମ ରେଳବାଇର ମୁଖ୍ୟ ମୁଖପାତ୍ର ସୁମିତ ଠାକୁର କହିଛନ୍ତି। ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ, ସ୍ଥାନୀୟ ପୁଲିସ, ଦମକଳ, ବିପର୍ଯ୍ୟୟ ପରିଚାଳନା ଏବଂ ମେଡିକାଲ୍ ଟିମ୍ଙ୍କୁ ଖବର ଦିଆଯିବା ସହ ତୁରନ୍ତ ନିଆଁ ଲିଭାଇବା ପାଇଁ ଉଦ୍ୟମ କରାଯାଇଥିଲା। ସଂଲଗ୍ନ ଡବାଗୁଡ଼ିକୁ ନିଆଁ ବ୍ୟାପିବା ଆଶଙ୍କା ଥିବାରୁ ତୁରନ୍ତ ଜ୍ବଳନ୍ତ ପାଣ୍ଟ୍ରି କାର୍ଟିକୁ ରେଳଗାଡ଼ିରୁ ବିଚ୍ଛିନ୍ନ କରାଯାଇଥିଲା। ସମୁଦାୟ ୨୨ଟି କୋଚ୍ ଥିବା ଏହି ଟ୍ରେନ୍ରେ ପାଣ୍ଟ୍ରି କାର୍ଟି ହେଉଛି ୧୩ନମ୍ବର କୋଚ୍।
Image Courtesy of ANIସ୍ଥାନୀୟ ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ, ଜ୍ବଳନ୍ତ ପାଣ୍ଟ୍ରି କାର୍ରୁ ଏୟାର୍କଣ୍ଡିସନ୍ଡ୍ କୋଚ୍ ମଧ୍ୟକୁ ଧୂଆଁ ପଶିଯିବାରୁ ଯାତ୍ରୀମାନେ ଛାନିଆଁ ହୋଇଯାଇଥିଲେ। କିନ୍ତୁ, ଏହି ଅଗ୍ନିକାଣ୍ଡ ଯୋଗୁଁ ଅନ୍ୟ କୌଣସି ବଗି ପ୍ରଭାବିତ ହୋଇଛି କି, ନାହିଁ ତାହା ସ୍ପଷ୍ଟ ହୋଇନାହିଁ।
ମହାରାଷ୍ଟ୍ରର ଉତ୍ତରପଶ୍ଚିମ ପାର୍ଶ୍ବରେ ଅବସ୍ଥିତ ନନ୍ଦୁରବାର ଜିଲ୍ଲା ହେଉଛି ମୁମ୍ବାଇ ଠାରୁ ପ୍ରାୟ ୪୫୦ କିଲୋମିଟର୍ ଦୂର।
Follow Us