କ୍ରିକେଟ୍‌ ମ୍ୟାଚ୍‌ର ଉଦାହରଣ ଦେଲେ ମେହବୁବା: ଗାନ୍ଧୀଙ୍କ ଭା‌ରତ ଗଡ୍‌ସେଙ୍କ ଭାରତରେ ପରିଣତ ହୋଇଛି

କ୍ରିକେଟ୍‌ ମ୍ୟାଚ୍‌ର ଉଦାହରଣ ଦେଲେ ମେହବୁବା: ଗାନ୍ଧୀଙ୍କ ଭା‌ରତ ଗଡ୍‌ସେଙ୍କ ଭାରତରେ ପରିଣତ ହୋଇଛି

india today

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫ୍‌ତି ଆଜି ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଗାନ୍ଧୀଙ୍କ ଭାରତ ଏବେ ଗଡ୍‌ସେଙ୍କ ଭାରତରେ ପରିଣତ ହୋଇଛି। ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ ସମୟରେ ପାକିସ୍ତାନର ବିଜୟରେ ଯେଉଁମାନେ ଖୁସି ମନାଇଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତେବେ ମେହବୁବା ଏହି ପରିପ୍ରେକ୍ଷୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମୟର କଥା ମନେ ପକାଇଛନ୍ତି। ବାଜପେୟୀଙ୍କ ସ‌ମୟରେ ଦୁଇ ଦେଶର ଲୋକ ପରସ୍ପର ପାଇଁ ଉଲ୍ଲସିତ ହେଉଥିଲେ।

ବାଜପେୟୀଙ୍କ ସମୟରେ ଭାରତ ପାକିସ୍ତାନ କ୍ରିକେଟ ମ୍ୟାଚ ହେଉଥି‌ବାବେଳେ ପାକିସ୍ତାନର ନାଗରିକମାନେ ଭାରତ ପାଇଁ ଏବଂ ଭାରତର ନାଗରିକ ପାକିସ୍ତାନ ପାଇଁ ଖୁସି ହେଉଥିଲେ। ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁସାରଫ ମଧ୍ୟ ଭାରତୀୟ କ୍ରିକେଟ ଦଳର କ୍ୟାପଟେନ ଏମ ଏସ ଧୋନୀଙ୍କ ପ୍ରଶଂସା କରିଥିଲେ। କିନ୍ତୁ କିଛିଦିନ ପୂର୍ବରୁ ଆଗ୍ରାରେ ଯେତେବେଳେ କିଛି ଯୁବକ ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ ବେଳେ ପାକିସ୍ତାନ ପାଇଁ ଖୁସି ମନାଉଥିଲେ କେହି ଜଣେ ହେଲେ ଆଇନଜୀବୀ ସେମାନଙ୍କ ମାମଲା ଲଢ଼ିବା ପାଇଁ ଆଗକୁ ଆସି ନଥିଲେ। ତେଣୁ ଗାନ୍ଧୀଙ୍କ ଭାରତ ଗ‌‌ଡସେଙ୍କ ଭାରତରେ ପରିଣତ ହୋଇଛି ବୋଲି ‌ମେହବୁବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe