ପୁଣି ଗାନ୍ଧୀ ପରିବାର ବାଛିବ କି କଂଗ୍ରେସର ନୂତନ ସଭାପତିଙ୍କୁ ? ପାର୍ଟିର ନୂତନ ପଦକ୍ଷେପ ପରେ ଉଠିଲା ପ୍ରଶ୍ନ

Advertisment
ପୁଣି ଗାନ୍ଧୀ ପରିବାର ବାଛିବ କି କଂଗ୍ରେସର ନୂତନ ସଭାପତିଙ୍କୁ ? ପାର୍ଟିର ନୂତନ ପଦକ୍ଷେପ ପରେ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ: କଂଗ୍ରେସର ଶୀର୍ଷ ନେତୃତ୍ୱ ସମସ୍ତ ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ଏବଂ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର ସଦସ୍ୟଙ୍କୁ ମନୋନୀତ କରିବା ପାଇଁ ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ କ୍ଷମତା ପ୍ରଦାନ ପାଇଁ ଏକ ସଂକଳ୍ପ ପାରିତ କରିବାକୁ ସମସ୍ତ ପ୍ରଦେଶ କଂଗ୍ରେସ କମିଟିକୁ ନିର୍ଦ୍ଦେଶ ଦେଇଥିବା ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ମିଳିଛି। ତେବେ, ଏହି ଘଟଣା ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ଦଳର ଆଭ୍ୟନ୍ତରୀଣ ନିର୍ବାଚନର ସମଗ୍ର ପ୍ରକ୍ରିୟା ଉପରେ ଏକ ପ୍ରଶ୍ନଚିହ୍ନ ଲଗାଇ ଦେଇଛି।

ଯଦିଓ ଦଳର ନୂତନ ସଭାପତି ନିର୍ବାଚନ ପାଇଁ ସୋନିଆ ଗାନ୍ଧୀ ପ୍ରତିଯୋଗିତାରେ ନାହାନ୍ତି। ତାଙ୍କ ପୁଅ ରାହୁଲ ଗାନ୍ଧୀଙ୍କ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା ନ କରିବାର ନିଷ୍ପତ୍ତିରେ ବର୍ତ୍ତମାନ ପର୍ଯ୍ୟନ୍ତ ଅଟଳ ରହିଛନ୍ତି। ତେଣୁ, ଦୁଇ ଦଶନ୍ଧିରୁ ଅଧିକ ସମୟ ପରେ କଂଗ୍ରେସ ଏକ ଅଣ-ଗାନ୍ଧୀ ପରିବାରର ସଭାପତି ପାଇବ ବୋଲି ସମସ୍ତେ ଆଶା କରୁଥିଲେ। ତେବେ, ଏହି ନୂତନ ନିଷ୍ପତ୍ତି ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

ଚଳିତ ମାସ ୨୦ ତାରିଖ ପୂର୍ବରୁ ସଂକଳ୍ପ ପାରିତ କରିବାକୁ ପ୍ରଦେଶ କଂଗ୍ରେସ କମିଟିକୁ ଅନୁରୋଧ କରାଯାଇଛି। ନିର୍ବାଚନ ବିଜ୍ଞପ୍ତି ପ୍ରକ୍ରିୟା ସେପ୍ଟେମ୍ବର ୨୨ରୁ ଆରମ୍ଭ ହେବ। ସେପ୍ଟେମ୍ବର ୨୪ରୁ ୩୦ମଧ୍ୟରେ ନାମାଙ୍କନ ଦାଖଲ କରାଯାଇପାରିବ, ଏବଂ ଅକ୍ଟୋବର ୧୭ରେ ମତଦାନ ହେବ।

ସୋନିଆ ଗାନ୍ଧୀ ଗତ ତିନି ବର୍ଷ ଧରି ଦଳର ମଧ୍ୟବର୍ତ୍ତୀକାଳୀନ ସଭାପତି ଅଛନ୍ତି। ୨୦୧୭ରେ ତାଙ୍କ ପୁଅ ରାହୁଲ ଗାନ୍ଧୀ ତାଙ୍କ ଉତ୍ତରାଧିକାରୀ ହେବା ପର୍ଯ୍ୟନ୍ତ ସେ କ୍ରମାଗତ ୧୮ବର୍ଷ ଧରି ଏହି ପଦବୀରେ ରହିଥିଲେ ଏବଂ ଅପ୍ରତିଦ୍ୱନ୍ଦ୍ୱୀ ଭାବରେ ନିର୍ବାଚିତ ହୋଇଥିଲେ। କିନ୍ତୁ ସେ ୨୦୧୯ ଲୋକସଭା ନିର୍ବାଚନ ହାରିବା ପରେ ପଦବୀ ଛାଡିଥିଲେ ଏବଂ ମଧ୍ୟବର୍ତ୍ତୀକାଳୀନ ସେଟଅପ୍‌ ପାଇଁ ଫେରିଥିଲେ। ସେବେଠାରୁ ଦଳର ସଭାପତି ନିର୍ବାଚନ ହେବାର ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe