Image Courtesy of NDTV
ନୂଆଦିଲ୍ଲୀ: ଗାନ୍ଧୀ ପରିବାରୁ କେହି କଂଗ୍ରେସ ପାର୍ଟିର ପରବର୍ତ୍ତୀ ଅଧ୍ୟକ୍ଷ ହେବେ ନାହିଁ ବୋଲି ରାହୁଲ୍ ଗାନ୍ଧୀ ସ୍ପଷ୍ଟ କରିଥିବା କଥା ଆଜି ରାହୁଲ୍ ଗାନ୍ଧୀ ସ୍ପଷ୍ଟ କରିଥିବା କଥା ରାଜସ୍ଥାନର ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହ୍ଲଟ୍ କେରଳରେ ସାମ୍ବାଦିକମାନଙ୍କୁ କହିଛନ୍ତି।
କଂଗ୍ରେସ ପାର୍ଟିର ସର୍ବୋଚ୍ଚ ପଦବୀ ନିମନ୍ତେ ସେ ନିଜେ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ମଧ୍ୟ ସେ ସୁନିଶ୍ଚିତ କରି ସାମ୍ବାଦିକମାନଙ୍କୁ କହିଛନ୍ତି।
ସେ କହିଛନ୍ତି, କଂଗ୍ରେସ ଅଧ୍ୟକ୍ଷ ନିମନ୍ତେ ମୁଁ ପ୍ରତିଦ୍ବନ୍ଦ୍ବିତା କରିବି ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଅବିଳମ୍ବେ ମୁଁ ମୋର ପ୍ରାର୍ଥୀପତ୍ର ଦାଖଲ ତାରିଖ ନିର୍ଦ୍ଧାରଣ କରିବି। ଦେଶର ସାମ୍ପ୍ରତିକ ପରିସ୍ଥିତିକୁ ଚାହିଁ ଶକ୍ତିଶାଳୀ ହେବା ବିରୋଧୀଙ୍କ ନିମନ୍ତେ ଆବଶ୍ୟକ ହୋଇପଡ଼ିଛି।
Image Courtesy of India Todayସେ ଆହୁରି ମଧ୍ୟ କହିଛନ୍ତି, କଂଗ୍ରେସର ଅଧ୍ୟକ୍ଷ ହେବା ନିମନ୍ତେ ସମସ୍ତଙ୍କ ପ୍ରସ୍ତାବ ଗ୍ରହଣ କରିବା ନିମନ୍ତେ ମୁଁ ରାହୁଲ୍ ଗାନ୍ଧୀଙ୍କୁ ବାରମ୍ବାର ଅନୁରୋଧ କଲି। କିନ୍ତୁ, ସେ ସ୍ପଷ୍ଟ କରି କହିଲେ ଯେ, ଗାନ୍ଧୀ ପରିବାରରୁ କେହି ପରବର୍ତ୍ତୀ ମୁଖ୍ୟ ହେବା ଅନୁଚିତ ବୋଲି ମୁଁ ସ୍ଥିର କରି ସାରିଛି।
ରାହୁଲ୍ଜୀ ମତେ କହିଲେ, ସେମାନେ ମତେ ଦଳର ମୁଖ୍ୟ କରାଇବାକୁ ଚାହୁଁଥିବା କଥା ମୁଁ ଜାଣେ। ସେମାନଙ୍କ ଇଚ୍ଛା ପ୍ରତି ମୋର ସମ୍ମାନବୋଧ ରହିଛି। କିନ୍ତୁ, ମୁଁ ସ୍ଥିର କରିସାରିଛି ଜଣେ ଅଣ-ଗାନ୍ଧୀ କଂଗ୍ରେସର ଅଧ୍ୟକ୍ଷ ହେବା ଉଚିତ।
ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଗତ ସନ୍ଧ୍ୟାରେ କେରଳରେ ‘ଭାରତ ଯୋଡ଼ୋ ଯାତ୍ରା’ରେ ଯୋଗ ଦେବା ଅବସରରେ ରାହୁଲ୍ ଗାନ୍ଧୀଙ୍କୁ ଭେଟିଥିଲେ।
Follow Us