ବାହାରିନ୍‌ରେ ଗଣେଶ ପୂଜା

Advertisment
ବାହାରିନ୍‌ରେ ଗଣେଶ ପୂଜା

ବାହାରିନ : ବାହାରିନ୍‌ରେ ଗଣେଶ ପୂଜା ପାଳିତ ହୋଇଯାଇଛି। ବାହାରିନ୍‌ ଓଡ଼ିଆ ସମାଜର ପ୍ରତିଷ୍ଠାତା ଡ. ଅରୁଣ କୁମାର ପ୍ରହରାଜଙ୍କ ବାସଭବନରେ ଗଜାନନଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। କୋଭିଡ୍ କଟକଣା ଯୋଗୁଁ ଅଳ୍ପସଂଖ୍ୟକ ଭକ୍ତ ପୂଜାରେ ଉପସ୍ଥିତ ଥିଲେ। ଅନ୍ୟମାନେ ଜୁମ୍ ଆପ୍‌ ଜରିଆରେ ଅନ୍‌ଲାଇନ୍‌ ମାଧ୍ୟମରେ ପୂଜାରେ ସାମିଲ ହୋଇଥିଲେ। ଭାରତୀୟ ଦୂତାବାସ ପ୍ରତିନିଧି ଭାବେ ସଚିବ ରବିଶଙ୍କର ଶୁକ୍ଳା ଉପସ୍ଥିତ ରହି ଭାରତୀୟ ପର୍ବ ପାଳନରେ ଅନୁଷ୍ଠାନର ଉଦ୍ୟମକୁ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ନୃସିଂହ ଚରଣ ନାୟକ, ରମେଶ ପାଣିଗ୍ରାହୀ, ସ୍ନେହ ପାଣିଗ୍ରାହୀ, ଶୁଦ୍ଧେନ୍ଦୁ ଦାସ, ପ୍ରିୟା ଦାସ, ସୁବ୍ରତ ପଡ଼ପଣ୍ଡା, ତୃପ୍ତି ବଡ଼ପଣ୍ଡା, ସିଦ୍ଧାର୍ଥ, ଅଳକା, ଆନି, ହିମାଂଶୁ ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe