Jasarat News
ପାଟନା: ବିହାରର ମଧୁବନୀରେ ଜଣେ ୧୫ ବର୍ଷୀୟା ଭିନ୍ନକ୍ଷମ ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ଅତି ବର୍ବତ ଅତ୍ୟାଚାର କରାଯାଇଛି। ଅଭିଯୁକ୍ତମାନେ ନାବାଳିକା ପୀଡ଼ିତାର ଆଖି ନଷ୍ଟ କରିଦେଇଛନ୍ତି । ପୀଡ଼ିତା କାଳେ ଅଭିଯୁକ୍ତଙ୍କୁ ଅନ୍ୟମାନଙ୍କୁ ଚିହ୍ନାଇ ଦେବେ ସେହି ଭୟରେ ତାଙ୍କର ୨ଟି ଯାକ ଆଖିରେ ଗଭୀର ଆଘାତ ଦିଆଯାଇଛି। ପୀଡ଼ିତାଙ୍କ ୨ଟି ଯାକ ଆଖି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ପୀଡ଼ିତା ନାବାଳିକାଙ୍କ ଅବସ୍ଥା ଏବେ ଗୁରୁତର ଅଛି।
ପୁଲିସ ଅନୁଯାୟୀ ଗତକାଲି ହରଲାଖି ଥାନା ଅଧୀନସ୍ଥ କଉୱାହା ବରହି ଗ୍ରାମରେ ଏହି ଘଟଣା ଘଟିଛି। ପୁଲିସ ଉକ୍ତ ମାମଲାରେ ୩ ଜଣଙ୍କୁ ଗିରଫ କରିଛି। ୧୫ ବର୍ଷୀୟା ନାବାଳିକା ଛେଳି ଚରାଇବାପାଇଁ ଯିବା ସମୟରେ ତାଙ୍କ ସହ ଏହି ଘଟଣା ଘଟିଛି ବୋଲି ଏସ୍ପି ସତ୍ୟ ପ୍ରକାଶ କହିଛନ୍ତି। ପୀଡ଼ିତାଙ୍କୁ ଏକ କ୍ଷେତରେ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିବାପରେ ତାଙ୍କର କିଛି ସାଙ୍ଗ ତାଙ୍କ ପରିବାର ସଦସ୍ୟଙ୍କୁ ଜଣାଇଥିଲେ। ପୀଡ଼ିତାଙ୍କୁ fbjedf ଉମ୍ଗାଓଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା। ସେଠାରୁ ଡାକ୍ତରମାନେ ତାଙ୍କୁ ମଧୁବନୀ ସଦାର ହସ୍ପିଟାଲ୍କୁ ପଠାଇ ଦେଇଥିଲେ। ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ଗୁରୁତର ଅଛି ।
Follow Us