ପୁଣି ଏକ ଲଜ୍ଜା! ସ୍କୁଲରୁ ଘରକୁ ଫେରୁଥିବା ବେଳେ ଶିକ୍ଷୟିତ୍ରୀଙ୍କ ପାଟିରେ କପଡ଼ା ପୂରାଇ, ଜଣକ ପରେ ଜଣେ କଲେ ଗଣଦୁଷ୍କର୍ମ

ପୁଣି ଏକ ଲଜ୍ଜା! ସ୍କୁଲରୁ ଘରକୁ ଫେରୁଥିବା ବେଳେ ଶିକ୍ଷୟିତ୍ରୀଙ୍କ ପାଟିରେ କପଡ଼ା ପୂରାଇ, ଜଣକ ପରେ ଜଣେ କଲେ ଗଣଦୁଷ୍କର୍ମ

The Times of Israel

ସିଧି: ହାଇଦ୍ରାବାଦରେ ପଶୁ ଡାକ୍ତରରାଣୀ ଘରକୁ ଫେରୁଥିବା ବେଳେ ୪ଜଣ ଟ୍ରକ୍‌ ଚାଳକଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିଲେ। ଏହି ଘଟଣାରେ ସମ୍ପୃକ୍ତ ଥିବା ୪ ଦୁଷ୍କର୍ମକାରୀଙ୍କ ଏନ୍‌କାଉଣ୍ଟରରେ ମୃତ୍ୟୁ ହୋଇଥିଲେ ବି ଏହି ମାମଲା ଏଯାଏଁ ଶାନ୍ତ ପଡ଼ି ନାହିଁ। ଏଭଳି ପରିସ୍ଥିତିରେ ମଧ୍ୟପ୍ରଦେଶର ସିଧି ଜିଲ୍ଲାର ରାମପୁର ନୌକିନ ଥାନା ଅଞ୍ଚଳର ପିପରାୱ ଗାଁରେ ସ୍କୁଲରୁ ଘରକୁ ଫେରୁଥିବା ବେଳେ ଜଣେ ଶିକ୍ଷୟିତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଥିବା ଘଟଣା ସାମ୍ନାକୁ ଆସିଛି।

ଏହି ଘଟଣାଟି ଗତ ଗୁରୁବାର ସନ୍ଧ୍ୟା ପାଖାପାଖି ୬ଟା ବେଳେ ଘଟିଛି। ଏକ ଘରୋଇ ସ୍କୁଲର ଶିକ୍ଷୟିତ୍ରୀ ସ୍କୁଲ ଛୁଟି ହେବା ପରେ ଘରକୁ ଫେରୁଥିଲେ। ଏହି ସମୟରେ ରାସ୍ତା ମଝିରେ ୪ଜଣ ଯୁବକ ତାଙ୍କୁ ଅଟକାଇ ମୁହଁରେ କପଡ଼ା ବାନ୍ଧି ନିକଟସ୍ଥ କେନାଲ୍‌ କଡ଼ରେ ଥିବା ପଡ଼ିଆକୁ ଘୋଷାଡ଼ି ନେଇଥିଲେ।

publive-image indiatimes.com

ଅଭିଯୁକ୍ତମାନେ ସେଠାରେ ଶିକ୍ଷୟିତ୍ରୀଙ୍କ ପାଟିରେ କପଡ଼ା ପୂରାଇ ଜଣକ ପରେ ଜଣେ ଏଭଳି ୪ଜଣ ଗଣଦୁଷ୍କର୍ମ କରିଥିଲେ। ପୁଲିସ ଏହି ଦୁଷ୍କର୍ମ ବିଷୟରେ ଖବର ପାଇବା ମାତ୍ରେ ତୁରନ୍ତ ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ବଚ୍ଚୁ ଲୋନିୟା,ବୀରୁ ଲୋନିୟା,ନରେନ୍ଦ୍ର ଲୋନିୟା ଏବଂ ଶିବଶଙ୍କର ଲୋନିୟାଙ୍କୁ ସେମାନଙ୍କ ଘରୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe