ରାମ ରହିମଙ୍କ ଗ୍ରାମରେ ହନିପ୍ରୀତ ଲୁଚି ରହିଥିବା ପୁଲିସର ସନ୍ଦେହ !

Advertisment
ରାମ ରହିମଙ୍କ ଗ୍ରାମରେ ହନିପ୍ରୀତ ଲୁଚି ରହିଥିବା ପୁଲିସର ସନ୍ଦେହ !
ସିରସା: ଗୁରମିତ ରାମ ରହିମଙ୍କ ପୋଷ୍ୟକନ୍ୟା ହନିପ୍ରୀତଙ୍କୁ ଗିରଫ କରିବା ପାଇଁ  ହରିୟାଣା ପୁଲିସ ନେପାଳ ସୀମାରେ ଥିବା ବିହାରର ୭ଟି ଜିଲ୍ଲାରେ ହାଇ ଆଲର୍ଟ ଜାରି କରିଥିଲା। ଏଥିପାଇଁ ପୁଲିସର କେତେକ ସ୍ୱତନ୍ତ୍ର ଟିମ୍‌ ନେପାଳରେ ଛାନ୍‌ଭିନ୍‌ କରୁଛନ୍ତି। ରାଜସ୍ଥାନ ଶ୍ରୀଗଙ୍ଗନଗରରେ ହନିପ୍ରୀତ ଲୁଚି ରହିଥିବା ଖବର ଗୁରୁବାର ମିଳିଛି। ଏହା ପରେ ପୁଲିସ ଶ୍ରୀଗଙ୍ଗନଗରରେ ଥିବା ଏକ ଗାଲର୍ସ ସ୍କୁଲକୁ ଘେରାଉ କରି ଦେଇଛି, କିନ୍ତୁ ହନିପ୍ରୀତ ଏଠାରେ ଅଛି କି ନାହିଁ ତାହା ଏଯାବତ୍‌ ସ୍ପଷ୍ଟ ହୋଇନାହିଁ।
ପୁଲିସ ସୂତ୍ରରୁ ପ୍ରକାଶ, ଶ୍ରୀଗଙ୍ଗନଗର ଜିଲ୍ଲା ଗୁରସର ମୋଡିଆ ଅଞ୍ଚଳରେ ଥିବା ଏକ ଗାଲର୍ସ ସ୍କୁଲରେ ହନିପ୍ରୀତ ଲୁଚି ରହିଥିବା ଖବର ମିଳିଥିଲା। ଏହି ସୂଚନା ପାଇବା ମାତ୍ରେ ହରିୟାଣା ପୁଲିସ ଓ ରାଜସ୍ଥାନ ପୁଲିସ ଟିମ୍‌ ଘଟଣାସ୍ଥଳରେ ଯାଇ ପହଞ୍ଚି ଥିଲେ।  ତିନିଟି ଥାନାର ଫୋର୍ସକୁ ସ୍କୁଲ ଚାରି ପାଖରେ ମୁତୟନ କରାଯାଇଛି। ସର୍ଚ୍ଚ ଅପରେସନ୍‌ ଜାରି ରହିଛି।
ଉଲ୍ଲେଖଯୋଗ୍ୟ, ଗୁରୁସର ମୋଡିଆ ଗୁରମିତ ରାମ ରହିମଙ୍କ ଗ୍ରାମ। ଯେଉଁଠାରେ ଡେରା ସଚ୍ଚା ସୌଦା ଏକ ସ୍କୁଲ ପରିଚାଳନା ମଧ୍ୟ କରୁଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe