New Delhi: An undated photograph of gangster Munna Bajrangi as he appears for a hearing at a court in Jaunpur. Bajrangi was shot dead in the Baghpat District Jail, allegedly by an inmate, on Monday, July 9, 2018. (PTI Photo) (PTI7_9_2018_000146B)
ଲକ୍ଷ୍ନୌ: ଗ୍ୟାଙ୍ଗଷ୍ଟର ପ୍ରେମ ପ୍ରକାଶ ସିଂହ ଓରଫ ମୁନ୍ନା ବଜରଙ୍ଗୀକୁ ଆଜି ଉତ୍ତରପ୍ରଦେଶର ବାଗପତ୍ ଜେଲ୍ରେ ଗୁଳି କରି ହତ୍ୟା କରାଯାଇଛି। ଗ୍ୟାଙ୍ଗଷ୍ଟର୍ ବଜରଙ୍ଗୀର ଜୀବନ ପ୍ରତି ବିପଦ ଅଛି ବୋଲି ନିକଟରେ ତା’ ପତ୍ନୀ ଅଭିଯୋଗ ଆଣିଥିବାବେଳେ ଆଜି ଜେଲ୍ ପରିସରରେ ହିଁ ତାକୁ ଗୁଳି କରି ମାରିଦେବା ଘଟଣା ବେଶ୍ ଚାଞ୍ଚଲ୍ୟକର ହୋଇଛି। ଉଲ୍ଲେଖଯୋଗ୍ୟ ଏକ ଦାଦାବଟି ଆଦାୟ ମାମଲାରେ ଆଜି ସ୍ଥାନୀୟ କୋର୍ଟରେ ହାଜର ହେବାପାଇଁ ବଜରଙ୍ଗୀଙ୍କୁ ଗତ ରବିବାର ଦିନ ୯.୩୦ ସମୟରେ ଝାନ୍ସି ଜେଲ୍ରୁ ବାଗପତ୍ ଜେଲ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ପୁଲିସ ସୂତ୍ରରୁ ଜଣାଯାଇଛି ଆଜି ସକାଳ ପାଖାପାଖି ୬.୩୦ ସମୟରେ ଜେଲ୍ ପରିସରରେ କଏଦୀମାନେ ସେମାନଙ୍କ ସକାଳ ଚା ପିଉଥିବାବେଳେ ସେହି ଜେଲ୍ର ଜଣେ କଏଦୀ ସୁନିଲ୍ ରାଠି ନାମକ ଜଣେ କୁଖ୍ୟାତ ଅପରାଧୀ ମୁନ୍ନା ବଜରଙ୍ଗୀ ଉପରକୁ ଗୁଳି ଚାଳନା କରିଥିଲା। ଫଳରେ ତା’ର ମୃତ୍ୟୁ ହୋଇ ଯାଇଥିଲା। ତେବେ ଜେଲ୍ ପରିସରରେ ଏଭଳି ହତ୍ୟାକାଣ୍ଡ ବେଶ୍ ନିନ୍ଦନୀୟ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣା ପରେ ଆଜି ୪ ଜଣ ଜେଲ୍ ଅଧିକାରୀ ତଥା ଜେଲର, ଡେପୁଟି ଜେଲର, ହେଡ୍ ଓ୍ଵାର୍ଡର ଏବଂ ଓ୍ଵାର୍ଡରଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି। ଇତି ମଧ୍ୟରେ ଉକ୍ତ ୪ ଜଣ ନିଲମ୍ବିତ ହୋଇ ସାରିଛନ୍ତି। ଏକ ବରିଷ୍ଠ ଅଧିକାରୀ ଦଳ ଏବେ ଉକ୍ତ ଅପରାଧ ସ୍ଥଳର ଯାଞ୍ଚ କରୁଛି। ଜେଲ୍ କଏଦୀଙ୍କ ସହ ତାଙ୍କର କଳହ ହୋଇଥିଲା। ଏହି କାରଣରୁ ରାଗ ରଖି ତାଙ୍କ ଉପରକୁ ଗୁଳି ଚାଳନା କରାଯାଇଥିଲା।
Follow Us