ଉଜ୍ଜୟିନୀର ମହାକାଳ ମନ୍ଦିର ପରିସରରୁ ଗ୍ୟାଙ୍ଗ୍‌ଷ୍ଟର୍ ବିକାଶ ଦୁବେ ଗିରଫ; ପୃଥକ୍ ଏନ୍‌କାଉଣ୍ଟର୍‌ରେ ଦୁଇ ସହଯୋଗୀ ନିହତ

 ଜାଣନ୍ତୁ ରକ୍ତର ହୋଲି ଖେଳୁଥିବା ମୋଷ୍ଟ୍ ୱାଣ୍ଟେଡ୍ ବିକାଶ ଦୁବେର ପୂରା କାହାଣୀ; ଛୋଟବେଳୁ ଦେଖୁଥିଲା ଗ୍ୟାଙ୍ଗ ଷ୍ଟାର ହେବାର ସ୍ବପ୍ନ !

Image Courtesy of Hindustan Times

ନୂଆଦିଲ୍ଲୀ: କାନପୁର ନିକଟରେ ଆଠଜଣ ପୁଲିସ କର୍ମଚାରୀଙ୍କ ହତ୍ୟାରେ ସମ୍ପୃକ୍ତ ଗ୍ୟାଙ୍ଗ୍‌ଷ୍ଟର୍ ବିକାଶ ଦୁବେଙ୍କୁ ଆଜି ସକାଳେ ଗିରଫ କରାଯାଇଛି। ନିଜ ଗାଁରେ ଏକ ପୁଲିସ ଦଳ ଉପରକୁ ଅତର୍କିତ ଆକ୍ରମଣ କରି ପ୍ରାୟ ଗୋଟିଏ ସପ୍ତାହ ହେବ ସେ ଫେରାର ହୋଇଯାଇଥିଲେ।

ଉତ୍ତର ପ୍ରଦେଶ ସ୍ପେସାଲ୍ ଟାସ୍କ୍‌ ଫୋର୍ସର ଇନ୍‌ସ୍ପେକ୍ଟର୍ ଜେନେରାଲ୍ ଅମିତାଭ ୟାସ୍ ସୁନିଶ୍ଚିତ କରି କହିଛନ୍ତି ଯେ, ଗୁରୁବାର ପ୍ରତ୍ୟୁଷରେ ଦୁବେଙ୍କୁ ମଧ୍ୟପ୍ରଦେଶର ଉଜ୍ଜୟିନୀ ଅନ୍ତର୍ଗତ ମହାକାଳ ଥାନାରେ ଗିରଫ କରାଯାଇଛି। ଦୁବେ ନିଜେ ଥାନାକୁ ଯାଇ ଆତ୍ମସମର୍ପଣ କରିବା ପରେ ଗିରଫ ହୋଇଥିଲେ।

ମଧ୍ୟପ୍ରଦେଶ ମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି, ପୁଲିସ ପାଇଁ ଏହା ଗୁରୁତ୍ବପୂର୍ଣ୍ଣ ସଫଳତା, ବିକାଶ ଦୁବେ ଜଣେ ନିର୍ଦ୍ଦୟୀ ଆତତାୟୀ। ସମଗ୍ର ମଧ୍ୟପ୍ରଦେଶର ପୁଲିସଙ୍କୁ ସଜାଗ କରାଯାଇଥିଲା। ତାଙ୍କୁ ଉଜ୍ଜୟିନୀର ମହାକାଳ ମନ୍ଦିରରୁ ଗିରଫ କରାଯାଇଛି। ଆମେ ଉତ୍ତରପ୍ରଦେଶ ପୁଲିସକୁ ସୂଚନା ଦେଇଛୁ।

publive-image Image Courtesy of Hindustan Times

ଅନ୍ୟ ଏକ ରିପୋର୍ଟ ଅନୁସାରେ, ଉତ୍ତରପ୍ରଦେଶର ଏହି ଗ୍ୟାଙ୍ଗ୍‌ଷ୍ଟର୍ ମନ୍ଦିର ପରିସରରେ ଚିତ୍କାର କରିଥିଲେ, ମୁଁ କାନପୁରର ବିକାଶ ଦୁବେ। ଏହାପରେ ମନ୍ଦିରର ନିରାପତ୍ତା ରକ୍ଷୀ ପୁଲିସକୁ ଏ ସଂକ୍ରାନ୍ତରେ ସୂଚନା ଦେଇଥିଲେ। ଏହା ପରେ ପୁଲିସ ପହଞ୍ଚି ତାଙ୍କୁ ଧରି ନେଇଥିଲେ। ପୁଣି ମଧ୍ୟ ସେ ବଡ଼ ପାଟିରେ କହିଥିଲେ, ମୁଁ କାନପୁରର ବିକାଶ ଦୁବେ।

ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ଗୁରୁବାର ପ୍ରତ୍ୟୁଷରେ ବିକାଶ ଦୁବେଙ୍କର ଅନ୍ୟ ଦୁଇଜଣ ସହଯୋଗୀ ପ୍ରଭାତ ମିଶ୍ର ଏବଂ ରଣବୀର ଶୁକ୍ଳଙ୍କୁ ଦୁଇଟି ପୃଥକ୍ ଏନ୍‌କାଉଣ୍ଟର୍‌ରେ ହତ୍ୟା କରାଯାଇଛି। ଏକ କାର୍ ଚୋରାଇ ନେଇ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଏଟାୱାଠାରେ ରଣବୀରଙ୍କୁ ଏନ୍‌କାଉଣ୍ଟର୍‌ କରାଯାଇଥିବା ବେଳେ ପୁଲିସ ହାଜତରୁ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ଦିଲ୍ଲୀ ନିକଟରେ ପ୍ରଭାତ ମିଶ୍ରଙ୍କୁ ଏନ୍‌କାଉଣ୍ଟର୍‌ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe