ଟାର୍ଗେଟରେ ଗ୍ୟାଙ୍ଗଷ୍ଟର: ୬୦ ସ୍ଥାନରେ ଏନ୍‌ଆଇଏ ଚଢ଼ଉ

ହରିୟାଣା ଟୋଲ ପ୍ଲାଜା ନିକଟରୁ ଜବତ ଅସ୍ତ୍ରଶସ୍ତ୍ର ପାକିସ୍ତାନରୁ ଡ୍ରୋନ ମାଧ୍ୟମରେ ଆସିଥିଲା : ଏନଆଇଏ

Image Courtesy of India Today

ନୂଆଦିଲ୍ଲୀ: ଟାର୍ଗେଟ କିଲିଂ, ଅପହରଣ, ଅସ୍ତ୍ର ଚୋରାଚାଲାଣ, ନା‌ର୍କୋ-ଟେରରିଜମ୍‌ ଏବଂ ଅନ୍ୟ ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତ ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଅନ୍ତର୍ଗତ ଏନ୍‌ଆଇଏ (ଜାତୀୟ ତଦନ୍ତକାରୀ ସଂସ୍ଥା) ଉତ୍ତର ଭାରତର ୬୦ ସ୍ଥାନରେ ଚଢ଼ଉ କରିଛି। ପଂଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ସମ୍ପୃକ୍ତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଏବଂ ଗୋଲ୍ଡି ବ୍ରାର୍‌ ଗ୍ୟାଙ୍ଗ୍‌ର ବିଭିନ୍ନ ସଦସ୍ୟଙ୍କ ଠିକଣାରେ ଚଢ଼ଉ ହୋଇଛି। ଦିଲ୍ଲୀ, ଏନ୍‌ସିଆର, ହରିୟାଣା, ଉତ୍ତରପ୍ରଦେଶ ଏବଂ ପଂଜାବର ୬୦ଟି ସ୍ଥାନରେ ଆଜି ଚଢ଼ଉ ହୋଇଛି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ର ପ୍ରାୟ ୧୦ ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ଦିଲ୍ଲୀ ପୁଲିସ ସ୍ବତନ୍ତ୍ର ଶାଖା ୟୁଏପିଏ ଅଧୀନରେ ଏତଲା ରୁଜୁ କରିବାପରେ ଏନ୍‌ଆଇଏ ଏହି ତଦନ୍ତ କରୁଛି। ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ଗିରଫ ଗ୍ୟାଙ୍ଗଷ୍ଟର ଏବଂ ଆତଙ୍କବାଦୀ ଗୋଷ୍ଠୀ ମଧ୍ୟରେ ଉତ୍ତମ ବୁଝାମଣା ରହିଛି ବୋଲି ପଂଜାବ ଡିଜିପି ଗୌରବ ଯାଦବ କହିବାର ଦିନକ ପରେ ଏନ୍‌ଆଇଲ ଚଢ଼ଉ ହୋଇଛି।

ଦେଶ ଭିତରେ ଏବଂ ବାହାରେ ଜେଲ୍‌ରୁ ପରିଚାଳିତ ଗ୍ୟାଙ୍ଗ୍‌ ବିରୋଧରେ ଏନଆଇଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏତଲା ଅନୁଯାୟୀ ଲରେନ୍ସ ବିଷ୍ଣୋଇ , ଗୋଲ୍ଡି ବ୍ରାର୍‌, ବିକ୍ରମ ବ୍ରାର୍‌, ଜଗ୍ଗୁ ଭଗୱନପୁରିଆ, ସନ୍ଦୀପ, ସଚିନ ଥାପନ ଏବଂ ଅନ‌ମୋଲା ବିଷ୍ଣୋଇ ପରି ଗ୍ୟାଙ୍ଗ୍‌ର ସଦସ୍ୟମାନେ ଦେଶର ବିଭିନ୍ନ ଜେଲ୍‌ରୁ ଗ୍ୟାଙ୍ଗ ପରିଚାଳନା କରୁଛନ୍ତି। ଇତି ମଧ୍ୟରେ ଏନ୍‌ଆଇଏ ପକ୍ଷରୁ କୁହାଯାଇଛି ଯେ ସିଦ୍ଧୁ ମୁସେୱାଲା ହତ୍ୟା ମାମଲା ସହ ଆଜିର ଚଢ଼ଉର କିଛି ସମ୍ପୃକ୍ତି ନାହିଁ। ଏଜେନ୍ସି ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି ଯେ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାର ତଦନ୍ତ ଏନ୍‌ଆଇ ଅଧୀନରେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe