Image Source: India Today
ନୂଆଦିଲ୍ଲୀ: ଅସଦାଚରଣ ଘଟଣା ବିରୋଧରେ ସୋମବାର ଦିନ ଗାର୍ଗୀ ମହିଳା କଲେଜର ଗେଟ୍ ବାହାରେ ଶହ ଶହ ଛାତ୍ରୀ ପ୍ରତିବାଦ ଆରମ୍ଭ କରିଛନ୍ତି। ସାଂସ୍କୃତିକ କାର୍ଯ୍ୟକ୍ରମ ସମୟରେ ଦଳେ ବ୍ୟକ୍ତି ବଳପୂର୍ବକ କଲେଜ ପରିସରରେ ପ୍ରବେଶ କରି ଛାତ୍ରୀମାନଙ୍କ ସହ ଅସଦାଚରଣ କରିଥିଲେ ବୋଲି ସେମାନେ ଅଭିଯୋଗ କରିଥିଲେ।
ଘଟଣାର ତଦନ୍ତ ଆରମ୍ଭ କରି ଦିଲ୍ଲୀ ପୁଲିସ ସିସିଟିଭି କ୍ୟାମେରା ଫୁଟେଜ୍ ଯାଞ୍ଚ କରୁଛି। କିନ୍ତୁ, ଏ ସଂକ୍ରାନ୍ତରେ କୌଣସି ଅଭିଯୋଗ ମିଳି ନ ଥିବା କଥା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।
Image Source: Navbharat Timesଏ ଘଟଣା ବିଷୟରେ ଛାତ୍ରୀ ଓ ଶିକ୍ଷକମାନେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍ କରିଥିଲେ।
ସେଥିରେ ଉଲ୍ଲେଖ କରାଯାଇଥିଲା ଯେ ଗତ ସପ୍ତାହର ରବିବାର ସନ୍ଧ୍ୟା ୬: ୩୦ରେ କଲେଜରେ ଚାଲିଥିବା ‘ରିଭେରି’ ଉତ୍ସବ ସମୟରେ ଏଭଳି କାଣ୍ଡ ଘଟିଥିଲା। ଦଳେ ନିଶାସକ୍ତ ବ୍ୟକ୍ତି କଲେଜ ପରିସର ମଧ୍ୟକୁ ପଶି ଛାତ୍ରୀମାନଙ୍କ ସହ ଅସଭ୍ୟ ବ୍ୟବହାର କରିଥିଲେ।
Follow Us