ଦେଶରେ ଚାଲୁଥିବା ସବୁ ୨୬ଟି ଗରିବ ରଥ ଟ୍ରେନ ବନ୍ଦ ହେବ, ଆରମ୍ଭ ହେଲା ପ୍ରକ୍ରିୟା

Advertisment

photo--pardafash

ନୂଆଦିଲ୍ଲୀ: ୨୦୦୬ରେ କେନ୍ଦ୍ର ସରକାର ଗରିବ ଲୋକଙ୍କୁ ସବୁଠାରୁ କମ୍ ଦରରେ ଏସି ଟ୍ରେନରେ ଯାତାୟତ କରିବାର ସୁବିଧା ଦେବା ଲାଗି ଗରିବ ରଥ ଟ୍ରେନର ପ୍ରଚଳନ କରିଥିଲେ। ମାତ୍ର ଏବେ କେନ୍ଦ୍ର ସରକାର ଗରିବ ରଥ ଟ୍ରେନକୁ ମେଲ ଟ୍ରେନରେ ପରିବର୍ତ୍ତନ କରିବାର ନିଷ୍ପତ୍ତି ନେଇଛନ୍ତି। ଖାଲି ସେତିକି ନୁହେଁ ଗରିବ ରଥ ଟ୍ରେନକୁ ବନ୍ଦ କରାଯିବ। ଏହାର କାରଣ ହେଉଛି ଗରିବ ରଥର ବଗି ମିଳୁ ନାହିଁ।

ସୂଚନାଯୋଗ୍ୟ ଯେ ଗରିବ ରଥରେ ମୋଟ୍ ୧୨ଟି ବଗି ରହିଥାଏ ଏବଂ ସେ ସବୁ ଥ୍ରି ଟାୟାର୍ ଏସି କୋଚ । ଏହି ଟ୍ରେନକୁ ମେଲ ଟ୍ରେନରେ ପରିବର୍ତ୍ତନ କରାଯିବା ପରେ ଏଥିରେ ୧୬ଟି ବଗି ଲାଗିବ ।
ଗତ ଜୁଲାଇ ୧୬ ତାରିଖରୁ ପୂର୍ବତଟ ରେଳବାଇ ଦ୍ୱାରା ପରିଚାଳିତ କାଠଗୋଦାମ-ଜମ୍ମୁ ଏବଂ କାଠଗୋଦାମ-କାନପୁର ସେଣ୍ଟ୍ରାଲ ଗରିବ ରଥକୁ ମେଲ ଏକ୍ସପ୍ରେସରେ ପରିବର୍ତ୍ତନ କରାଯାଇଛି। ପ୍ରକାରାନ୍ତରେ କୁହାଯାଇପାରେ ଯେ , ଅର୍ଥାତ ଏହି ମାର୍ଗରେ ଗରିବ ରଥର ଯାତ୍ରା ଶେଷ ହୋଇଛି ।

publive-image photo-india rail info

ମିଳିଥିବା ସୂଚନା ଅନୁଯାୟୀ ଦେଶରେ ଯେଉଁ ୨୬ଟି ଗରିବ ରଥ ଟ୍ରେନ ରହିଛି ଏବେ ସବୁ ଟ୍ରେନକୁ କ୍ରମଶଃ ମେଲ ଏକ୍ସପ୍ରେସରେ ପରିବର୍ତ୍ତନ କରାଯିବ । ଏହାଫଳରେ ଯାତ୍ରୀମାନଙ୍କୁ ମେଲ ଟ୍ରେନଲାଗି ଉଦ୍ଦିଷ୍ଟ ଭଡ଼ା ଦେବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe