ରେଳ ଧାରଣାରୁ ଜବତ ହେଲା ଗ୍ୟାସ ସିଲିଣ୍ଡର; ଟଳିଲା ବଡ଼ଧରଣର ଦୁର୍ଘଟଣା

ସମ୍ପ୍ରତି ଉତ୍ତରାଖଣ୍ଡର ରୁଢ଼କି ନିକଟସ୍ଥ ଢ଼ଂଢ଼େରା ରେଳଷ୍ଟେସନର ରେଳ ଧାରଣାରୁ ଏକ ଗ୍ୟାସ ସିଲିଣ୍ଡର ମିଳିଛି। ଯାହାକୁ ଦେଖି ଅନୁମାନ କରାଯାଉଛି କି ଏହା ଟ୍ରେନକୁ ଧାରଣାରୁ ଖସାଇବାକୁ ଉଦ୍ୟମ କରାଯାଇଥିଲା। 

୭୬

ନୂଆଦିଲ୍ଲୀ: କିଛିଦିନ ହେବ ଦେଶର ବିଭିନ୍ନ ସ୍ଥାନରେ ରେଳ ଧାରଣାରୁ ବିଭିନ୍ନ ପ୍ରକାର ସାମଗ୍ରୀ ଜବତ କରାଯାଉଛି। ଜବତ ହୋଇଥିବା ସାମଗ୍ରୀଗୁଡ଼ିକୁ ନେଇ ପୁଲିସ ଓ ଜିଆରପିର ଚିନ୍ତାର କାରଣ ପାଲଟିଛି। 

ସମ୍ପ୍ରତି ଉତ୍ତରାଖଣ୍ଡର ରୁଢ଼କି ନିକଟସ୍ଥ ଢ଼ଂଢ଼େରା ରେଳଷ୍ଟେସନର ରେଳ ଧାରଣାରୁ ଏକ ଗ୍ୟାସ ସିଲିଣ୍ଡର ମିଳିଛି। ଯାହାକୁ ଦେଖି ଅନୁମାନ କରାଯାଉଛି କି ଏହା ଟ୍ରେନକୁ ଧାରଣାରୁ ଖସାଇବାକୁ ଉଦ୍ୟମ କରାଯାଇଥିଲା। 

ରବିବାର ସକାଳ ୦୬.୩୫ରେ ମାଲଗାଡ଼ି ବିସିଏନଏଚଏଲ/୩୨୮୪୯ର ଲୋକୋପାଇଲଟ ରୁଡ଼କିର ଷ୍ଟେସନ ମାଷ୍ଟରଙ୍କୁ ସୂଚନା ଦେଇ କହିଥିଲେ କି ଲଂଢ଼ୌରା ଓ ଢ଼ଂଢ଼େରା ମଧ୍ୟରେ ଥିବା ରେଳ ଧାରଣାରେ ଏକ ଗ୍ୟାସ ସିଲିଣ୍ଡର ରହିଛି। ଏହି ଘଟଣା ଢ଼ଣ୍ଡେରା ଷ୍ଟେସନରୁ ପାଖାପାଖି ଏକ କିଲୋମିଟର ଦୂରରେ ଘଟିଛି। ରେଳ ଧାରଣାରୁ ଜବତ ହୋଇଥିବା ସିଲିଣ୍ଡର ଖାଲିଥିଲା ସେଥିରେ ଗ୍ୟାସ ଭର୍ତ୍ତି ନଥିଲା। ଘଟଣା ସମ୍ପର୍କରେ ସ୍ଥାନୀୟ ପୁଲିସ ଓ ଜିଆରପି  ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe