ଚିନି ମିଲ୍‌ରେ ଗ୍ୟାସ ଲିକ୍‌: ୩୦୦ରୁ ଊର୍ଧ୍ୱ ପିଲା ଅସୁସ୍ଥ

ଚିନି ମିଲ୍‌ରେ ଗ୍ୟାସ ଲିକ୍‌: ୩୦୦ରୁ ଊର୍ଧ୍ୱ ପିଲା ଅସୁସ୍ଥ

ସାମଲି: ଉତ୍ତରପ୍ରଦେଶ ସାମଲିରେ ଥିବା ଏକ ଚିନି ମିଲ୍‌ରୁ ମଙ୍ଗଳବାର ଗ୍ୟାସ ଲିକ୍‌ ହୋଇ ୩୦୦ରୁ ଅଧିକ ପିଲା ଅସୁସ୍ଥ ହୋଇ ପଡ଼ିଛନ୍ତି। ପିଲାମାନଙ୍କର ପେଟ, ଗଳା, ଆଖି, ଛାତି ଓ ଶରୀରର ବିଭିନ୍ନ ଅଙ୍ଗରେ  ଜଳାପୋଡ଼ା ଆରମ୍ଭ ହେବା ପରେ ତୁରନ୍ତ ସେମାନଙ୍କୁ ହସ୍‌ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ଗ୍ୟାସ ଲିକ୍‌ରେ ଅସୁସ୍ଥ ହୋଇଥିବା ପିଲା ଯେଉଁ ସ୍କୁଲରେ ପଢ଼ୁଥିଲେ ସେହି ସ୍କୁଲ ପାଖରେ ଏହି ଚିନି ମିଲ ଥିଲା । ଏହି ଚିନି ମିଲରୁ ମଙ୍ଗଳବାର ଅକସ୍ମିକ ଭାବେ ଗ୍ୟାସ ଲିକ୍‌ ହେବାରୁ ସ୍କୁଲର ପିଲାମାନେ ଏଥିରେ ଅସୁସ୍ଥ ହୋଇପଡ଼ିଥିଲେ।

publive-image

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ସାମଲିର ବୁଢ଼ାନା ରୋଡ ପାଖରେ ଥିବା ସ୍ୱରସ୍ୱତୀ ଶିଶୁମନ୍ଦିରରେ ପାଠପଢ଼ୁଥିବା ପିଲାମାନଙ୍କ ଶରୀରବସ୍ଥା ହଠାତ୍‌ ବିଗିଡ଼ିବାରେ ଲାଗିଥିଲା। ସ୍କୁଲ ପାଖରେ ସାମଲି ଚିନି ମିଲର ବାୟୋଗ୍ୟାସ ପ୍ଲାଣ୍ଟ ରହିଛି। ଏହି ଚିନି ମିଲର ଲୋକମାନେ ରାସ୍ତାପାର୍ଶ୍ୱରେ କିଛି ରାସାୟନିକ ଦ୍ରବ୍ୟ ଫିଙ୍ଗି ଦେଇଥିଲେ। ଏହି ରାସାୟନିକ ଦ୍ରବ୍ୟରୁ ବାହାରୁ ଥିବା ବାଷ୍ପ ପ୍ରଭାବରେ ପିଲାଙ୍କର ଛାତି ଓ ଗଳାରେ ପୋଡାଜଳା ହୋଇଥିଲା। ଅନ୍ୟପକ୍ଷରେ କେତେକ କହୁଛନ୍ତି, ଏହି ଚିନି ମିଲିରୁ କୌଣସି କାରଣରୁ ଗ୍ୟାସ ଲିକ ହୋଇଯିବା ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା।

ସେହିପରି ୩୦୦ଅସୁସ୍ଥ ପିଲାଙ୍କୁ ଏକାସଙ୍ଗେ ଚିକିତ୍ସା ପାଇଁ ହସ୍‌ପିଟାଲରେ ଭର୍ତ୍ତି କରାଯିବା ଫଳରେ ଡାକ୍ତରମାନେ ବିଚଳିତ ହୋଇପଡ଼ିଥିଲେ। ହଠାତ୍‌ ଏତେ ସଂଖ୍ୟାରେ ଅସୁସ୍ଥ ଶିଶୁଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯିବା ପରେ ସମସ୍ତ ବେଡ ଫୁଲ ହୋଇଯାଇଥିଲା। ଏହି ହସ୍‌ପିଟାଲକୁ ଆସିଥିବା ଅନ୍ୟ ରୋଗୀମାନେ ଏହା ଦ୍ୱାରା ପ୍ରଭାବିତ ହୋଇଥିଲେ। ଅସୁସ୍ଥ ପିଲାଙ୍କ ମଧ୍ୟରୁ ୩୦ଜଣଙ୍କ ଶରୀରବସ୍ଥା ଗମ୍ଭୀର ରହିଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି। ସେମାନଙ୍କୁ ଏକ ଘରୋଇ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଏହି ଘଟଣା ସମ୍ପର୍କରେ ଖବର ପାଇବାପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ହସ୍‌ପିଟାଲରେ ଭର୍ତ୍ତି ହୋଇଥିବା ସମସ୍ତ ଶିଶୁଙ୍କୁ ଯଥା ସମ୍ଭବ ସାହାଯ୍ୟ ଓ ସୁବିଧା ଯୋଗାଇ ଦିଆଯିବା ନେଇ କମିଶନର, ଡିଏମ ଓ ସମସ୍ତ ସ୍ଥାନୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

publive-image

ଏହି ଘଟଣା ସମ୍ପର୍କରେ ଖବର ପାଇବାପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ହସ୍‌ପିଟାଲରେ ଭର୍ତ୍ତି ହୋଇଥିବା ସମସ୍ତ ଶିଶୁଙ୍କୁ ଯଥା ସମ୍ଭବ ସାହାଯ୍ୟ ଓ ସୁବିଧା ଯୋଗାଇ ଦିଆଯିବା ନେଇ କମିଶନର, ଡିଏମ ଓ ସମସ୍ତ ସ୍ଥାନୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe