ରିଲାଏନ୍ସ ବିରୋଧରେ ଗ୍ୟାସ୍‌ ଚୋରି ଅଭିଯୋଗ : ଜବାବ ମାଗିଲେ ଦିଲ୍ଲୀ ହାଇକୋର୍ଟ

ରିଲାଏନ୍ସ ବିରୋଧରେ ଗ୍ୟାସ୍‌ ଚୋରି ଅଭିଯୋଗ : ଜବାବ ମାଗିଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଗୋଟିଏ ପଟେ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନିଙ୍କ ସୁଂସପର୍କ ରହିଥିବା କଥା ଚର୍ଚ୍ଚା ହେଉଥିବା ବେଳେ ଅନ୍ୟ ପଟେ ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ନାମରେ ଗ୍ୟାସ୍‌ ଚୋରି ଅଭିଯୋଗ ଆଣିଛନ୍ତି।

ରିଲାଏନ୍ସ ଉପରେ ବେଆଇନ ଭାବେ ୧. ୭୨୯ ବିଲିୟନ୍‌ ଡଲାର୍‌ ବା ୯୩୦୦ କୋଟି ଟଙ୍କା ମୂଲ୍ୟର ଗ୍ୟାସ ଉତ୍ତୋଳନ କରିବା ଅଭିଯୋଗ ପ୍ରାକୃତିକ ଗ୍ୟାସ ଓ ତୈଳ ମନ୍ତ୍ରାଳୟ ଆଣିଛି। ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ଏ ନେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଇଂଲଣ୍ଡର ବିପି ପିଏଲ୍‌ସି ଏବଂ କାନାଡାର ନିକୋ ରିସୋର୍ସେସ୍‌କୁ ଜବାବ ତଲବ କରିଛନ୍ତି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣ ଜେନେରାଲ୍‌ କେ. ଭେନୁଗୋପାଲ୍‌ କହିଛନ୍ତି କି ରିଲାଏନ୍ସ ଅସତ୍‌ ଉପାୟ‌େର ଅର୍ଥ ଉପାର୍ଜନ କରିଛି। ଅଧିକାର ନଥାଇା ନିକଟସ୍ଥ ସରକାରୀ ଉଦ୍ୟୋଗର କ୍ଷେତ୍ରରୁ ଗ୍ୟାସ ଉତ୍ତୋଳନ କରିଛି। ଏହା ଏକ ଜାଲିଆତି ଓ ଅପରାଧିକ ମାମଲା। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୫ ତାରିଖରେ ହେବ। ତୈଳ ମନ୍ତ୍ରାଳୟ ୨୦୧୬ ନଭେମ୍ବରରେ ରିଲାଏନ୍ସ ଓ ଏହାର ଅନ୍ୟ ଦୁଇ ସହଯୋଗୀ କମ୍ପାନି ଉପରେ ୯୩୦୦ କୋଟି ଟଙ୍କାର କ୍ଷତିପୂରଣ ଦାବି କରି ମାମଲା ଦାୟର କରିଥିଲା। ସରକାରୀ ଉଦ୍ୟୋଗ ଓଏନ୍‌ଜିସି ତୈଳକୂପରୁ ରିଲାଏନ୍ସ ଦୀର୍ଘ ୭ ବର୍ଷ ଧରି ବିନା ଅନୁମତିରେ ଗ୍ୟାସ୍‌ ଉତ୍ତୋଳନ କରିଛି। ଏହି ତୈଳକୂପଟି ରିଲାଏନ୍ସର ତୈଳକୂପ ନିକଟରେ ରହିଥିବାରୁ ଏପରି କାର୍ଯ୍ୟ କରିଚାଲିଛି ରିଲାଏନ୍ସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe