Advertisment

Import of oil: ତୈଳ ଆମଦାନି ପାଇଁ ବିକଳ୍ପ ପଥ ଅନୁସଂଧାନରେ ଭାରତ-ଅଷ୍ଟ୍ରେଲିଆ, କାନାଡ଼ାରୁ ଆସିବ ଗ୍ୟାସ୍‌

Advertisment

ଆମେରିକା-ଇରାନ ଯୁଦ୍ଧ ପରିପ୍ରେକ୍ଷୀରେ ଭାରତକୁ ଅଶୋଧିତ ତୈଳ ଓ ଗ୍ୟାସ୍‌ ଆମଦାନି ପ୍ରଭାବିତ ହୋଇଛି। ଫଳରେ ମଧ୍ୟପ୍ରାଚ୍ୟରୁ ଭାରତକୁ ତୈଳ ଆସି ପାରୁନାହିଁ। ତେବେ ଏଭଳି ସ୍ଥିତିରେ ବିକଳ୍ପ ଯୋଜନା କରିଛି ଭାରତ।

ଆମେରିକା-ଇରାନ ଯୁଦ୍ଧ ପରିପ୍ରେକ୍ଷୀରେ ଭାରତକୁ ଅଶୋଧିତ ତୈଳ ଓ ଗ୍ୟାସ୍‌ ଆମଦାନି ପ୍ରଭାବିତ ହୋଇଛି। ଫଳରେ ମଧ୍ୟପ୍ରାଚ୍ୟରୁ ଭାରତକୁ ତୈଳ ଆସି ପାରୁନାହିଁ। ତେବେ ଏଭଳି ସ୍ଥିତିରେ ବିକଳ୍ପ ଯୋଜନା କରିଛି ଭାରତ।

oil

ନୂଆଦିଳ୍ଲୀ: ଆମେରିକା-ଇରାନ ଯୁଦ୍ଧ ପରିପ୍ରେକ୍ଷୀରେ ଭାରତକୁ ଅଶୋଧିତ ତୈଳ ଓ ଗ୍ୟାସ୍‌ ଆମଦାନି ପ୍ରଭାବିତ ହୋଇଛି। ଫଳରେ ମଧ୍ୟପ୍ରାଚ୍ୟରୁ ଭାରତକୁ ତୈଳ ଆସି ପାରୁନାହିଁ। ତେବେ ଏଭଳି ସ୍ଥିତିରେ ବିକଳ୍ପ ଯୋଜନା କରିଛି ଭାରତ। ବିଶେଷକରି ଅଷ୍ଟ୍ରେଲିଆ ଓ କାନାଡ଼ାରୁ ଭାରତ ପ୍ରାକୃତିକ ଗ୍ୟାସ୍‌ ଆମଦାନି କରିବା ପାଇଁ ପ୍ରସ୍ତୁତ ହେଉଛି। ଜଳପଥରେ ହର୍ମୁଜ୍‌ ପ୍ରଣାଳୀ ପରିବର୍ତ୍ତେ ଅନ୍ୟ ରୁଟ୍‌ରେ ଏହା ଆମଦାନି କରାଯିବ। 

ଇତିମଧ୍ୟରେ ଭାରତକୁ ବିଭିନ୍ନ ଜାହାଜରେ ରୁଷ୍‌ ତୈଳ ଆସି ସାରିଛି। ସୂଚନାଯୋଗ୍ୟ, ଭାରତକୁ ଆମଦାନି ହେଉଥିବା ଅଶୋଧିତ ତୈଳର ୪୦ ପ୍ରତିଶତ ହର୍ମୁଜ୍‌ ପ୍ରଣାଳୀ ଦେଇ ଆସିଥାଏ। ତେବେ ଅବଶିଷ୍ଟ ୬୦ ପ୍ରତିଶତ ଅନ୍ୟ ରୁଟ୍‌ରେ ଆସି ପାରିବ।

ତେଣୁ ହର୍ମୁଜ୍‌ ପ୍ରଣାଳୀ ଦ୍ବାରା ଭାରତ ଯେଭଳି ଅଧିକ ପ୍ରଭାବିତ ହେବ ନାହିଁ ସେ ଦିଗରେ ଉଦ୍ୟମ ଜାରି ରହିଛି। ଆମେରିକା ଓ ୟୁଏଇ ମଧ୍ୟରେ ଭାରତ ତୈଳ କିଣା ପାଇଁ ଇତିମଧ୍ୟରେ ଚୁକ୍ତି ସ୍ବାକ୍ଷର କରିଛି। ଏହା ଦେଶରେ ତୈଳ ସଂକଟକୁ ଟାଳି ପାରିବ। ତୈଳ ଯୋଗାଣକୁ ଅବ୍ୟାହତ ରଖି ପାଇଁ ଭାରତ ବିଶ୍ବର ପ୍ରମୁଖ ତୈଳ ଓ ଗ୍ୟାସ୍‌ ଯୋଗାଣକାରୀ ରାଷ୍ଟ୍ର ଓ ଆନ୍ତର୍ଜାତିକ ସଂଘଗୁଡ଼ିକ ସହିତ ଯୋଗାଯୋଗରେ ରହିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe