ଖୁବ୍‌ ଶୀଘ୍ର ଘୋଷଣା କରାଯିବ ଗୌରୀ ଲଙ୍କେଶଙ୍କ ଆତତାୟୀର ପରିଚୟ: କର୍ଣ୍ଣାଟକ ଗୃହମନ୍ତ୍ରୀ

Advertisment
ଖୁବ୍‌ ଶୀଘ୍ର ଘୋଷଣା କରାଯିବ ଗୌରୀ ଲଙ୍କେଶଙ୍କ ଆତତାୟୀର ପରିଚୟ: କର୍ଣ୍ଣାଟକ ଗୃହମନ୍ତ୍ରୀ

Image Courtesy of Deccan Chronicle

ବେଙ୍ଗାଲୁରୁ: ସମ୍ବାଦିକା-ସାମାଜିକ କର୍ମୀ ଗୌରୀ ଲଙ୍କେଶଙ୍କ ହତ୍ୟାରେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କୁ କର୍ଣ୍ଣାଟକ ପୁଲିସର ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ ଚିହ୍ନଟ କରିଛି ବୋଲି ଶନିବାର ଦିନ କର୍ଣ୍ଣାଟକର ଗୃହମନ୍ତ୍ରୀ ରାମଲିଙ୍ଗା ରେଡ୍ଡୀ କହିଛନ୍ତି। ସେପ୍ଟେମ୍ବର ୫ ତାରିଖ ଦିନ ଗୌରୀଙ୍କୁ ତାଙ୍କ ଦୁଆର ମୁହଁରେ ଗଳି ମାରି ହତ୍ୟା କରାଯାଇଥିଲା।

ହତ୍ୟାକାଣ୍ଡରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କର ଖୁବ୍‌ ନିକଟରେ ଏସ୍‌ଆଇଟି ପହଞ୍ଚି ସାରିଛି ଏ ମାସର ଶେଷ ଆଡକୁ ତଦନ୍ତର ଫଳାଫଳ ଘୋଷଣା କରାଯିବ ବୋଲି ସେ କହିଛନ୍ତି।

ହତ୍ୟାକାଣ୍ଡରେ ସମ୍ପୃକ୍ତ ମୁଖ୍ୟ ଉପାଦାନ ଏବଂ ବ୍ୟକ୍ତିମାନଙ୍କୁ ଚିହ୍ନଟ କରିଛି ବୋଲି ଏସ୍‌ଆଇଟି ନିଶ୍ଚିତ କରିଛି। ୪ ଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି ଏବଂ ତଥ୍ୟକୁ ଅଧିକ ପ୍ରାଞ୍ଜଳ କରାଇବାକୁ ଟେକ୍‌ନିକାଲ୍‌ ଡାଟାକୁ ଅପେକ୍ଷା କରାଯାଇଛି।
ଲଙ୍କେଶଙ୍କ ନିର୍ମମ ହତ୍ୟା ତାଙ୍କ ଘର ବାହାରେ ଥିବା ସିସିଟିଭି କ୍ୟାମେରାରେ ଉତ୍ତୋଳିତ ହୋଇଛି। ତଦନ୍ତବେଳେ ଏସ୍‌ଆଇଟି ଜାଣିପାରିଛି ଯେ କେବଳ ହତ୍ୟାକାଣ୍ଡ ଦିନ ନୁହେଁ, ଏହାର କିଛି ସପ୍ତାହ ପୂର୍ବରୁ ମଧ୍ୟ ଆତତାୟୀମାନେ ତାଙ୍କ ଘର ଚଉହଦି ଅନୁଶୀଳନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe