ଜନ୍ମଦିନ ପାଳିଲେନି ଗୌରୀ

Advertisment
ଜନ୍ମଦିନ ପାଳିଲେନି ଗୌରୀ

GalliNews

ମୁମ୍ବାଇ : ବଲିଉଡ୍‌ ଅଭିନେତା ଶାହରୁଖ ଖାନ୍‌ଙ୍କ ପତ୍ନୀ ଇଣ୍ଟେରିୟର ଡିଜାଇନର୍‌ ଗୌରୀ ଖାନ୍‌ଙ୍କର ଶୁକ୍ରବାର ଦିନ ଥିଲା ଜନ୍ମଦିନ। ସେ ଶୁକ୍ରବାର ଦିନ ୫୧ ବର୍ଷରେ ପାଦ ଦେଲେ। ତାଙ୍କ ନିକଟକୁ ଜନ୍ମଦିନ ଉପଲକ୍ଷେ ବିଭିନ୍ନ ଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିଥିଲା। ତାଙ୍କ ମୁହଁରେ ହସ ଫୁଟାଇବା ପାଇଁ ଅନେକ ଉତ୍ସାହଜନକ ଟିପ୍ପଣୀ ସୋସିଆଲ ମିଡିଆରେ ଆସିଥିଲା। ହେଲେ ଗୌରୀଙ୍କ ମନରେ ସାମାନ୍ୟ ଖୁସି ନଥିଲା। ସେ କେବଳ ପୁଅ ଆରୟନ୍‌ର ଜାମିନ୍‌କୁ ଅପେକ୍ଷା କରିଥିଲେ। ଜନ୍ମଦିନ ପାଳିଲେ ନାହିଁ।

ପୁଅକୁ ଜାମିନ ମିଳିଲାନି। ସେ ଆର୍ଥର ରୋଡ୍‌ ଜେଲ୍‌ରେ ରହିବ। ଅଲିଅଳରେ ବଢ଼ିଥିବା ପୁଅ ଜେଲ୍‌ରେ କେମିତି ରହିବ ସେହି କଥା ଭାବି ଭାବି ଗୌରୀ କାନ୍ଦି ପକାଇଥିଲେ। ଆରୟନ ଗିରଫ ହେବା ଦିନଠାରୁ ଗୌରୀଙ୍କ ମୁହଁରୁ ଯେମିତି କେହି ହସ ଛଡ଼େଇ ନେଇଛି। ପ୍ରଥମ ଥର ପାଇଁ ଆରୟନଙ୍କୁ ଅଦାଲତରେ ହାଜର କରାଇବା ଦିନ ଗୌରୀ କୋର୍ଟରେ ଉପସ୍ଥିତ ଥିଲେ। ସେଦିନ ବି ସେ ଖୁବ୍‌ ଭାଙ୍ଗି ପଡ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe