Image Courtesy of NDTV
ନୂଆଦିଲ୍ଲୀ: ‘ମାଇକ୍ରୋସଫ୍ଟ୍’ର ସହ-ସଂସ୍ଥାପକ ବିଲ୍ ଗେଟ୍ସ୍ଙ୍କୁ ଟପି ଆଜି ‘ଅଦାନୀ ଗ୍ରୁପ୍’ର ଅଧ୍ୟକ୍ଷ ଗୌତମ ଅଦାନୀ ବିଶ୍ବର ୪ର୍ଥ ଶ୍ରେଷ୍ଠ ବିତ୍ତଶାଳୀ ବ୍ୟକ୍ତି ହୋଇଛନ୍ତି ବୋଲି ‘ଦି ଫୋବ୍ସ୍’ ପତ୍ରିକାର ‘ରିୟଲ୍-ଟାଇମ୍ ବିଲିୟନାରିଜ୍’ ତାଲିକା ଉଲ୍ଲେଖ କରିଛି।
ତାଙ୍କ ସମ୍ପତ୍ତିର ମୂଲ୍ୟ ୧୧୫. ୫ ବିଲିୟନ୍ ଡଲାର୍ ହୋଇଥିବା ବେଳେ ଗେଟ୍ସ୍ଙ୍କ ସମ୍ପତ୍ତିର ମୂଲ୍ୟ ୧୦୪.୬ ବିଲିୟନ୍ ଡଲାର୍ ବୋଲି ଉକ୍ତ ତାଲିକାରେ ଉଲ୍ଲେଖ କରାଯାଇଛି।
କ୍ଷୁଦ୍ର ସାମଗ୍ରୀ ବ୍ୟବସାୟକୁ କ୍ରୀଡ଼ା, ଖଣି ଏବଂ ଗ୍ରିନ୍ ଏନର୍ଜି ଭଳି ବଡ଼ ବ୍ୟବସାୟକୁ ପରିବର୍ତ୍ତନ କରି ‘ଅଦାନୀ ଗ୍ରୁପ୍’ର ଅଧ୍ୟକ୍ଷ ପ୍ରସିଦ୍ଧି ଲାଭ କରିଥିଲେ।
ପ୍ରାୟ ୩ ବର୍ଷରେ ଅଦାନୀ ଭାରତର ୭ଟି ବିମାନ ବନ୍ଦରକୁ ଅକ୍ତିଆର କରିଛନ୍ତି, ଯାହା ଭାରତୀୟ ଏୟାର୍ ଟ୍ରାଫିକ୍ର ପ୍ରାୟ ଏକ ଚତୁର୍ଥାଂଶ ବୋଲି ‘ବ୍ଲୁମ୍ବର୍ଗ’ ରିପୋର୍ଟ କରିଥିଲା।
Image Courtesy of India Todayସେହିପରି ‘ଗ୍ୟାଡଟ୍’ ଭାଗିଦାରୀରେ ଇଜ୍ରାଏଲ୍ରେ ଗୋଟାଏ ବନ୍ଦରର ଘରୋଇକରଣ ନିମନ୍ତେ ଅଦାନୀ ଗ୍ରୁପ୍ ଟେଣ୍ଡର୍ ପାଇଥିବା କଥା ଗୁରୁବାର ଦିନ ଅଦାନୀ କହିଛନ୍ତି। ସୂଚନାଯୋଗ୍ୟ, ଇଜ୍ରାଏଲ୍ର ୩ଟି ପ୍ରମୁଖ ଆନ୍ତର୍ଜାତିକ ସମୁଦ୍ର ବନ୍ଦର ମଧ୍ୟରୁ ହାଇଫା ବନ୍ଦର ସର୍ବବୃହତ୍।
୯୦ ବିଲିୟନ୍ ଡଲାର୍ ସମ୍ପତ୍ତି ଥାଇ ଅନ୍ୟତମ ଭାରତୀୟ ମୁକେଶ ଅମ୍ବାନୀ ଏହି ତାଲିକାର ୧୦ମ ସ୍ଥାନରେ ଅଛନ୍ତି।
୨୩୫.୮ ବିଲିୟନ୍ ଡଲାର୍ ଥାଇ ଉପରୋକ୍ତ ତାଲିକାର ସର୍ବାଗ୍ରେ ଅଛନ୍ତି, ‘ଟେସ୍ଲା’ ଏବଂ ‘ସ୍ପେସ୍ଏକ୍ସ’ର ସଂସ୍ଥାପକ ଏଲନ୍ ମସ୍କ୍।
ଉଲ୍ଲେଖଯୋଗ୍ୟ, ଗତମାସରେ ଗୌତମ ଅଦାନୀଙ୍କ ୬୦ତମ ଜନ୍ମ ଦିବସ ଅବସରରେ ତାଙ୍କ ପରିବାର ସାମାଜିକ କ୍ଷେତ୍ର ନିମନ୍ତେ ୬୦,୦୦୦ କୋଟି ଟଙ୍କା ଦାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।
Follow Us