ସମୟ ଓ ସ୍ଥାନ ଦେଖି ଉତ୍ତର ଦେବୁ ବୋଲି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ବୟାନକୁ ପରିହାସ କରି ଗମ୍ଭୀର କଲେ ଏପରି ଟୁଇଟ୍‌

Advertisment
ସମୟ ଓ ସ୍ଥାନ ଦେଖି ଉତ୍ତର ଦେବୁ ବୋଲି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ବୟାନକୁ ପରିହାସ କରି ଗମ୍ଭୀର କଲେ ଏପରି ଟୁଇଟ୍‌

ନୂଆଦିଲ୍ଲୀ: ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ ଉପରେ ଗତକାଲି ଭାରତୀୟ ବାୟୁ ସେନା ଆକ୍ରମଣ କରି ପ୍ରାୟ ୩୫୦ ଆତଙ୍କବାଦୀଙ୍କୁ ନିହତ କରିବା ପରେ ପ୍ରତିକ୍ରିୟା ଦେଖାଇଥିଲା ପାକିସ୍ତାନ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପ୍ରତିକ୍ରିୟା ରଖି କହିଥିଲେ କି ‘ଆମେ ସମୟ ନିର୍ଦ୍ଧାରଣ କରିବୁ, ସ୍ଥାନ ନିର୍ଦ୍ଧାରଣ କରିବୁ ଓ ସର୍ଜିକାଲ ଷ୍ଟ୍ରାଇକ୍‌ କରିବୁ’। ଉଚିତ ସମୟରେ ପାକିସ୍ତାନ ପାଲଟା ଜବାବ ଦେବ ବୋଲି ପ୍ରଧାନମନ୍ତ୍ରୀ ଖାନ କହିବା ପରେ ଭାରତ ଭୟ କରିବା ପରିବର୍ତ୍ତେ ଏହାକୁ ଥଟାରେ ଉଡ଼ାଇ ଦେଇଥିଲା।

publive-image

ଏ ନେଇ ଭାରତୀୟ କ୍ରିକେଟ୍‌ ଖେଳାଳି ଗୌତମ ଗମ୍ଭୀର ଇମ୍ରାନ ଖାନଙ୍କ କଥାକୁ ପରିହାସ କରିବା ପରି ଏକ ଟୁଇଟ୍‌ କରିଛନ୍ତି। ଗୌତମ ଟୁଇଟ୍‌ରେ ଅବିକଳ ଇମ୍ରାନଙ୍କ କଥାକୁ ସାମାନ୍ୟ ପରିବର୍ତ୍ତନ କରି ଲେଖିଛନ୍ତି। ସେ କରିଥିବା ଟୁଇଟ୍‌ ହେଉଛି, ‘ଆମେ ସମୟ ନିର୍ଦ୍ଧାରଣ କଲୁ, ଆମେ ସ୍ଥାନ ନିର୍ଦ୍ଧାରଣ କଲୁ ଓ ଆମେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କଲ।’ ଗମ୍ଭୀରଙ୍କ କହିବା ଉଦେଶ୍ୟ ତମେ ଯାହା ସବୁ ଭବିଷ୍ୟତରେ କରିବାକୁ ଚିନ୍ତା କରିଛ ତାହା ଆମେ କରି ସାରିଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe