ଆପ୍ ପ୍ରାର୍ଥୀ ଅତିଶୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମାନହାନି ନୋଟିସ୍ ପଠାଇଲେ ବିଜେପି ପ୍ରାର୍ଥୀ ଗୌତମ ଗମ୍ଭୀର

Advertisment
ଆପ୍ ପ୍ରାର୍ଥୀ ଅତିଶୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମାନହାନି ନୋଟିସ୍ ପଠାଇଲେ ବିଜେପି ପ୍ରାର୍ଥୀ ଗୌତମ ଗମ୍ଭୀର

photo-news18

ନୂଆଦିଲ୍ଲୀ: ପୂର୍ବ ଦିଲ୍ଲୀରେ ଆପ୍ ପ୍ରାର୍ଥୀ ଅତିଶୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଲେଖାଥିବା ପୋଷ୍ଟର୍ ଲଗାଯିବା ଓ ସାଧାରଣରେ ବଣ୍ଟାଯିବା ଘଟଣାକୁ ନେଇ ତାଙ୍କୁ ଅଯଥା ଫସାଯାଉଥିବାର ଅଭିଯୋଗ ଆଣି ବିଜେପି ପ୍ରାର୍ଥୀ ଗୌତମ ଗମ୍ଭୀର ଆପ୍ ପ୍ରାର୍ଥୀ ଅତିଶୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମାନହାନି ମକଦ୍ଦମା ଲାଗି ନୋଟିସ୍ ପଠାଇଛନ୍ତି।

publive-image www.news18.com

ଗୌତମ ଗମ୍ଭୀର ଅତିଶୀଙ୍କ ଅଭିଯୋଗକୁ ଖଣ୍ଡନ କରି ଏହା ଆପ୍ର ଷଡ଼ଯନ୍ତ୍ର ରାଜନୀତିର ଏକ ଅଂଶବିଶେଷ ବୋଲି କହିଛନ୍ତି। ଆପ୍ ନେତାମାନେ ଯୋଜନାବଦ୍ଧ ଭାବେ ତାଙ୍କୁ ବଦନାମ କରିବା ପାଇଁ ପୋଷ୍ଟର ଛାପି ବାଣ୍ଟିଛନ୍ତି। ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣି ଆପ୍ ବର୍ତ୍ତିପାରିବ ନାହିଁ ବୋଲି ଗମ୍ଭୀର କହିଛନ୍ତି। ଯଦି ପୋଷ୍ଟର ମାମଲାରେ ତାଙ୍କର ସାମାନ୍ୟତମ ଭୂମିକା ଥିବା ଆପ୍ ପ୍ରମାଣ ଦେବ ତା’ହେଲେ ସେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେବେ ବୋଲି ଗମ୍ଭୀର କହିଛନ୍ତି। ଯେ କୌଣସି ସଂସ୍ଥା ଦ୍ବାରା ମାମଲାର ନିରପେକ୍ଷ ତଦନ୍ତ ପାଇଁ ସେ ଆପ୍କୁ ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe