ନୂଆଦିଲ୍ଲୀ: ପାକିସ୍ତାନୀ କ୍ରିକେଟିୟର ସାହିଦ୍ ଆଫ୍ରିଦି ମଙ୍ଗଳବାର କଶ୍ମୀର ସଂପର୍କରେ କରିଥିବା ଏକ ଟୁଇଟ୍ ତାଙ୍କ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଛି। ସାହିଦ୍ ଆଫ୍ରିଦି୍ଙ୍କ ଟୁଇଟ୍ର କଟୁ ସମାଲୋଚନା କରି ଅନ୍ୟ ଏକ ଟୁଇଟ୍ରେ ସାହିଦ୍ ଆଫ୍ରିଦି୍ଙ୍କୁ ‘ମୁହଁତୋଡ୍’ ଜବାବ ଦେଇଛନ୍ତି ଗମ୍ଭୀର। ଗୌତମ ଗମ୍ଭୀର ତାଙ୍କ ଟୁଇଟ୍ରେ ଉଲ୍ଲେଖ କରିଛନ୍ତି ଯେ ‘ପାକିସ୍ତାନୀ କ୍ରକେଟିୟର ଆଫ୍ରିଦି ଅଭ୍ୟାସଗତ ଭାବେ ଗୋଟିଏ ନୋ ବଲ୍ ଖାରଜ୍ ହୋଇଯିବା ପରି ଉତ୍ସବ ମନାଇଛନ୍ତି।’
ପୂର୍ବରୁ ଆଫ୍ରିଦି ଆଜି ସକାଳେ ଏକ ଟୁଇଟ୍ କରି ନିକଟରେ କଶ୍ମୀରରେ ସୁରକ୍ଷା କର୍ମୀମାନେ ୧୨ ଜଣ ଆତଙ୍କବାଦୀଙ୍କୁ ନିପାତ କରିବା ଘଟଣାରେ ନିଜର ଉଦ୍ବେଗ ପ୍ରକାଶ କରିଥିଲେ। କଶ୍ମୀରରେ ଚାଲିଥିବା ରକ୍ତପାତ ରୋକିବାକୁ ମିଳିତ ଜାତିସଂଘ ହସ୍ତକ୍ଷେପ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।
ଆଫ୍ରିଦି୍ଙ୍କ ଟୁଇଟ୍ ସଂପର୍କରେ ଦୃଷ୍ଟି ଆକର୍ଷଣ କରି ଏହା ଉପରେ ଯେତେବେଳେ ସାମ୍ବାଦିକମାନେ ଗୌତମ ଗମ୍ଭୀରଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁଥିଲେ, ସେତେବେଳେ ସେ କହିଥିଲେ, ଏ ସଂପର୍କରେ ମୁଁ କ’ଣ ବା କହିବି? ଆଫ୍ରିଦି୍ଙ୍କ ଅଭିଧାନରେ ତ ୟୁଏନ୍ ଅର୍ଥ ‘ଅଣ୍ଡର ନାଇଣ୍ଟିନ୍’!
Follow Us