ଜେଲ୍‌ରୁ ମୁକୁଳିଲେ ଗୌତମ ନବଲଖା, ଗୃହବନ୍ଦୀ ରହିବେ

Advertisment
୨୪ ଘଣ୍ଟା ମଧ୍ୟରେ ନବଲଖାଙ୍କୁ ଗୃହବନ୍ଦୀ ରଖ: ସୁପ୍ରିମକୋର୍ଟ

NewsClick

ଶ୍ରୀନଗର : ଏଲଗାର ପରିଷଦ ମାମଲାରେ ଜେଲ୍‌ରେ ଥିବା ସାମାଜିକ କାର୍ଯ୍ୟକର୍ତ୍ତା ଗୌତମ ନବଲଖା ଶନିବାର ସନ୍ଧ୍ୟାରେ ନାଭି ମୁମ୍ବାଇର ତଲୋଜା ଜେଲ୍‌ରୁ ମୁକୁଳିଛନ୍ତି। ମାସକ ପାଇଁ ନବଲଖା ଗୃହବନ୍ଦୀ ରହିବେ। ନାଭି ମୁମ୍ବାଇର ବେଲାପୁର-ଅଗରୋଲି ଅଞ୍ଚଳ ସ୍ଥିତ ଏକ କୋଠାକୁ ଆଜି ନବଲଖାଙ୍କୁ ସ୍ଥାନାନ୍ତର କରାଯାଇଛି। । ଏଠାରେ ସେ ଗୃହବନ୍ଦୀ ରହିବେ। ଉଲ୍ଲେଖଯୋଗ୍ୟ ଯେ ୨୪ ଘଣ୍ଟା‌ ମଧ୍ୟରେ ଗୌତମ ନବଲଖାଙ୍କୁ ଜେଲ୍‌ରୁ ମୁକୁଳାଇବାପାଇଁ ସୁପ୍ରିମ‌କୋର୍ଟ ଗତକାଲି ନିର୍ଦ୍ଦେଶ ଦେବାପରେ ଆଜି ତାଙ୍କୁ ଜେଲ୍‌ରୁ କଢ଼ାଯାଇ ଗୃହବନ୍ଦୀ ରଖାଗଲା। ଅସୁସ୍ଥତା କାରଣ ପାଇଁ ନବଲଖା ତାଙ୍କୁ ଗୃହବନ୍ଦୀ ରଖିବାପାଇଁ ଆବେଦନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe