ନରେନ୍ଦ୍ର ମୋଦିଙ୍କୁ ମିଳି ନାହିଁ ନିମନ୍ତ୍ରଣ, ଇମରାନ ଖାଁଙ୍କ ଶପଥ ଗ୍ରହଣ ଉତ୍ସବରେ ଭାରତରୁ ଯୋଗଦେବେ ସୁନୀଲ-ସିନ୍ଧୁ-ଅମୀର

Advertisment
ନରେନ୍ଦ୍ର ମୋଦିଙ୍କୁ ମିଳି ନାହିଁ ନିମନ୍ତ୍ରଣ, ଇମରାନ ଖାଁଙ୍କ ଶପଥ ଗ୍ରହଣ ଉତ୍ସବରେ ଭାରତରୁ ଯୋଗଦେବେ ସୁନୀଲ-ସିନ୍ଧୁ-ଅମୀର

ଇସଲାମାବାଦ: ପାକିସ୍ତାନର ଭାବି ପ୍ରଧାନମନ୍ତ୍ରୀ ଇମରାନ୍‌ ଖାଁଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏପର୍ଯ୍ୟନ୍ତ ନିମନ୍ତ୍ରଣ ମିଳିନାହିଁ। ଆଗାମୀ ଅଗଷ୍ଟ ୧୧ରେ ପିଟିଆଇ ନେତା ଇମରାନ୍‌ଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବା ପାଇଁ କ୍ରିକେଟର ସୁନୀଲ ଗାଭାସ୍କର, କ୍ରିକେଟରୁ ନେତା ପାଲଟିଥିବା ନଭଜୋତ ସିଂହ ସିନ୍ଧୁ ଓ ବଲିଉଡ ଅଭିନେତା ଅମୀର ଖାଁଙ୍କୁ ନିମନ୍ତ୍ରଣ ମିଳିଛି।

ପାକିସ୍ତାନ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବିଦେଶୀ ମୁଖ୍ୟଙ୍କୁ ଇମରାନଙ୍କ ଶପଥ ଗ୍ରହଣ ସମାରୋହକୁ ନିମନ୍ତ୍ରଣ କରାଯିବ ନାଁ ନାହିଁ ସେ ସଂପର୍କରେ ପିଟିଆଇ ବିଦେଶ କାର୍ଯ୍ୟଳୟକୁ ପରାମର୍ଶ ମାଗିଛି। ବିଦେଶ କାର୍ଯ୍ୟାଳୟ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପରାମର୍ଶ ଦିଆଯାଇ ନାହିଁ। ଏ ସଂପର୍କରେ ଅନୁମତି ମିଳିଲେ ଓ ନିମନ୍ତ୍ରଣ ମିଳିଲେ ମୋଦି ପାକିସ୍ତାନ ଯିବେ ନା ନାହିଁ ତାହା ସ୍ପଷ୍ଟ ହେବ।

publive-image

ପିଟିଆଇ(ତହରିକ୍‌-ଏ-ଇନ୍‌ସାଫ୍‌) ମୁଖପାତ୍ର ଫଓ୍ଵଦ ଚୌଧୁରୀ ମଙ୍ଗଳବାର କହିଛନ୍ତି, ପ୍ରଧାନମନ୍ତ୍ରୀ ଭାବେ ଦଳର ସୁପ୍ରିମୋଙ୍କ ଶପଥ ଗ୍ରହଣ ସମାରୋହରେ ବିଦେଶୀ ନେତାମାନଙ୍କୁ ନିମନ୍ତ୍ରଣ କରିବାକୁ ବିଚାର କରାଯାଉଛି। ଏଥି ପାଇଁ ଆମେ ବିଦେଶ କାର୍ଯ୍ୟାଳୟକୁ ପରାମର୍ଶ ମାଗିଛୁ ବୋଲି ସେ କହିଛନ୍ତି।

ପିଟିଆଇର ଜଣେ ବରିଷ୍ଠ ନେତା ନିକଟରେ କହିଥିଲେ ଯେ, ଇମରାନଙ୍କ ଶପଥ ଗ୍ରହଣ ସମାରୋହରେ ମୋଦିଙ୍କ ସମେତ ସାର୍କ ସମୂହ ରାଷ୍ଟ୍ରର ଅନ୍ୟ ନେତାମାନଙ୍କୁ ନିମନ୍ତ୍ରଣ କରାଯିବ। ଏହା ପରେ ମୋଦିଙ୍କୁ ଇମରାନଙ୍କ ନିମନ୍ତ୍ରଣ ନେଇ ଗଣମାଧ୍ୟମରେ ଖବର ପ୍ରଚାର ପ୍ରସାର ହୋଇଥିଲା।

ସୂଚନାଯୋଗ୍ୟ ମୋଦି ୨୦୧୪ରେ ଯେତେବେଳେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ ନେଇଥିଲେ, ତତ୍କାଳୀନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ ସମାରୋହରେ ଉପସ୍ଥିତ ଥିଲେ। ଅପରପକ୍ଷେ ମୋଦି ମଧ୍ୟ ୨୦୧୫ରେ ଲାହୋର ଗସ୍ତରେ ଥିବା ବେଳେ ସରିଫଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe