ଘରସାମ୍ନାରେ ବୁଲୁଥିବା ସାପକୁ ଧରି ଚୋବାଇ ଚୋବାଇ ମାରିଦେଲା ଏକବର୍ଷର ଶିଶୁ

Advertisment
ଘରସାମ୍ନାରେ ବୁଲୁଥିବା ସାପକୁ ଧରି ଚୋବାଇ ଚୋବାଇ ମାରିଦେଲା ଏକବର୍ଷର ଶିଶୁ

ନୂଆଦିଲ୍ଲୀ: ଗୟାରେ ଏକ ବର୍ଷର ଶିଶୁ ଏମିତି ଏକ କାମ କରିଛି ଯାହାକୁ ଯିଏ ଶୁଣୁଛନ୍ତି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି।

ସୂଚନାଯୋଗ୍ୟ, ଫତେହପୁର ଥାନା ଅଞ୍ଚଳରେ ଜମୁହାର ଗ୍ରାମରେ ରାକେଶ କୁମାର ବସବାସ କରନ୍ତି। ରାକେଶଙ୍କ ଏକବର୍ଷର ଶିଶୁ ରିୟାଂଶ କୁମାର ଘର ସାମ୍ନାରେ ଖେଳୁଥିବା ବେଳେ ଏକ ସାପ ଛୁଆ ଯିବାର ଦେଖିଥିଲା। ଯାହାକୁ ସେ ଖେଳଣା ଭାବି ଧରି ପକାଇ ଥିଲା।

ଛୋଟ ଛୁଆ ହେତୁ ସବୁଜିନିଷକୁ ପାଟିରେ ପୁରାଇବାର ଅଭ୍ୟାସ । ତେଣୁ ଉକ୍ତ ଶିଶୁ ସାପକୁ ଖେଳଣା ଭାବି ପାଟିରେ ପୁରାଇ ଚୋବାଇବାକୁ ଲାଗିଥିଲା। ଏମିତି କି ଶିଶୁ ଜଣକ ସାପକୁ ଚୋବାଇ ଚୋବାଇ ମାରି ବି ଦେଇଥିଲା।

ଏହି ଘଟଣା ସମ୍ପର୍କ‌ରେ ଯେତେବେଳେ ପରିବାରାଲୋକ ଜାଣିଥିଲେ ସେମାନେ କ’ଣ କରିବେ କିଛି ବୁଝି ପାରି ନଥିଲେ। ସଙ୍ଗେସଙ୍ଗେ ଶିଶୁକୁ ଧରି ଡାକ୍ତରଙ୍କ ପାଖକୁ ଦୌଡ଼ି ଯାଇଥିଲେ। ସେଠାରେ ଡାକ୍ତର ଶିଶୁର ଚିକିତ୍ସା କରି ଡରିବାର କୌଣସି କାରଣ ନାହିଁ ବୋଲି କହିଥିଲେ।

ରିୟାଂଶର ପରିବାର ଶିଶୁ ଚୋବାଇ ଥିବା ସାପର ଫଟୋ ଉଠ‌ାଇ ଡାକ୍ତରଙ୍କୁ ଦେଖାଇଥିଲେ। ଡାକ୍ତର କହିଥିଲେ, ରିୟାଂଶ ଯେଉଁ ସାପକୁ ଚୋବାଇ ଚୋବାଇ ମାରି ଦେଇଥିଲା ତାହା ସାପରଛୁଆ। ଯାହା ଶରୀରରେ କୌଣସି ବିଷ ନଥିଲା। ଏହା ସାଧାରଣତଃ ବର୍ଷାଦିନେ ବାହାରିଥାଏ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe