India Posts English
ବାରଣାସୀ: ବାରଣାସୀର ଜ୍ଞାନବାପୀ ମସଜିଦ ମାମଲା ସହ ଜଡ଼ିତ ଏକ ମୁଖ୍ୟ ମାମଲାରେ ଆଜି ମୁସଲିମ ପକ୍ଷଙ୍କୁ ପ୍ରତିନିଧିତ୍ବ କରୁଥିବା ମସଜିଦ କମିଟିକୁ ଶକ୍ତ ଝଟ୍କା ଲାଗିଛି। ମସଜିଦ ପରିସରରେ ଶୃଙ୍ଗାର ଗୌରୀଙ୍କୁ ପୂଜା କରିବା ଅଧିକାର ପାଇଁ ୫ ଜଣ ହିନ୍ଦୁ ପୂଜକ ବାରଣାସୀ ଜିଲ୍ଲା କୋର୍ଟରେ ଆବେଦନ କରିଥିଲେ। କିନ୍ତୁ ହିନ୍ଦୁ ଆବେଦନକାରୀଙ୍କ ଏହି ଅନୁରୋଧକୁ ଚ୍ୟାଲେଂଜ କରି ମସଜିଦ କମିଟି ପକ୍ଷରୁ କୋର୍ଟରେ ଆବେଦନ କରାଯାଇଥିଲା। ଜିଲ୍ଲା କୋର୍ଟ ଅଂଜୁମାନ ଇନ୍ତେଜାମିଆ କମିଟିର ଆବେଦନକୁ ଖାରଜ କରିବା ସହ ହିନ୍ଦୁ ଆବେଦନକାରୀଙ୍କ ମାମଲା କାଏମ ରହିବ ବୋଲି କହିଥିଲେ।
ଏହାପରେ ମସଜିଦ କମିଟି ଜିଲ୍ଲା କୋର୍ଟଙ୍କ ରାୟକୁ ଆହ୍ଲାବାଦ ହାଇକୋର୍ଟରେ ଚ୍ୟାଲେଂଜ କରିଥିଲେ। ଆହ୍ଲାବାଦ ହାଇକୋର୍ଟ ଆଜି ମୁସଲିମ ପକ୍ଷକୁ ପ୍ରତିନିଧିତ୍ବ କରୁଥିବା ମସଜିଦ କମିଟିର ଆବେଦନକୁ ଖାରଜ କରିଦେଇଛନ୍ତି। ହାଇକୋର୍ଟ କହିଛନ୍ତି, ହିନ୍ଦୁ ମହିଳା ପୂଜକଙ୍କ ଦ୍ବାରା କରାଯାଇଥିବା ଆବେଦନ ଯଥାର୍ଥ। ବାରଣାସୀ ଜିଲ୍ଲା କୋର୍ଟରେ ଏହି ମାମଲାର ଶୁଣାଣି ଜାରି ରଖିବାପାଇଁ କୋର୍ଟ ଅନୁମତି ଦେଇଛନ୍ତି। ଆସନ୍ତା ଜୁଲାଇ ୭ ତାରିଖରେ ବାରଣାସୀ ଜିଲ୍ଲା କୋର୍ଟରେ ଏହି ମାମଲାର ଶୁଣାଣି ଅଛି।
Follow Us