ଗାଜା ହସ୍ପିଟାଲରେ ବୋମାମାଡ଼,  ୫୦୦ ମୃତ

Advertisment
ଗାଜା ହସ୍ପିଟାଲରେ ବୋମାମାଡ଼,  ୫୦୦ ମୃତ

ଗାଜା: ଗାଜାର ଅଲ-ଆହଲି ଆରବୀ ହସ୍ପିଟାଲ ଉପରେ ଆଜି ସନ୍ଧ୍ୟାରେ ଇସ୍ରାଏଲ ବୋମାମାଡ଼ କରିଛି। ଆକ୍ରମଣରେ ପ୍ରାୟ ୫ ଶହ ଲୋକଙ୍କ ମୃତ୍ୟୁ ହୋଇଛି ବୋଲି ଗାଜା ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଗାଜା ସହରର କେନ୍ଦ୍ରସ୍ଥଳରେ ଅବସ୍ଥିତ ଏହି ପ୍ରମୁଖ ହସ୍ପିଟାଲରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା ଏବଂ ଏହା ଇସ୍ରାଏଲ ବାୟୁସେନାର ଆକ୍ରମଣ ଥିଲା ବୋଲି ହମାସ୍‌ ଦାବି କରିଛି। ଗାଜା ସ୍ବାସ୍ଥ୍ୟ ମନ୍ତ୍ରାଳୟ ପ୍ରବକ୍ତା ଅସରଫ୍‌ ଅଲ୍‌ କ୍ବାଦ୍ରା କହିଛନ୍ତି ଯେ ଆକ୍ରମଣର ୨ ଘଣ୍ଟା ଭିତରେ ମୃତ୍ୟୁ ସଂଖ୍ୟା ୫୦୦ ଛୁଇଁଛି। ତେବେ ଇସ୍ରାଏଲ ବାୟୁସେନା ପ୍ରବକ୍ତା ଡାନିଏଲ ହାଗାରି କହିଛନ୍ତି, ହସ୍ପିଟାଲ ଉପରେ ଆକ୍ରମଣ ଅଭିଯୋଗ ଉପରେ ଆମେ ଯାଞ୍ଚ କରୁଛୁ ଏବଂ ବିସ୍ଫୋରଣର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ବୋମାମାଡ଼ରେ ହସ୍ପିଟାଲ ଛାରଖାର ହୋଇଯାଇଛି ଏବଂ ଧ୍ବଂସାବଶେଷ ତଳେ ଆହୁରି ଶତାଧିକ ଲୋକଙ୍କ ଶବ ରହିଛି ବୋଲି ଗାଜା ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି। ଗାଜା ଛାଡ଼ିବା ପାଇଁ ପ୍ରସ୍ତୁତ ରହିଥିବା ପ୍ରାୟ ୨ ହଜାର ଲୋକ ଏହି ହସ୍ପିଟାଲ ପରିସରରେ ଆଶ୍ରୟ ନେଇଥିବା ସମୟରେ ଆକ୍ରମଣ ହୋଇଛି।

ହମାସ୍‌ ଏହି ଆକ୍ରମଣକୁ ଇସ୍ରାଏଲର ଭୟାନକ ଯୁଦ୍ଧ ଅପରାଧ ବୋଲି କହିବା ସହ ତତ୍କାଳ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଅନ୍ୟପକ୍ଷରେ ହମାସର ଏହି ଆକ୍ରମଣ ଦାବିର ଅନୁଧ୍ୟାନ ପାଇଁ ଅନ୍ତର୍ଜାତୀୟ ପ୍ରତିନିଧି ଦଳ ତୁରନ୍ତ ଗାଜା ଗସ୍ତ କରିବାକୁ ଲେବାନନ, ସିରିୟା ଓ ଇରାନ୍‌ ପକ୍ଷରୁ ଦାବି କରାଯାଇଛି। ଯୁଦ୍ଧର ଘନଘଟା ଭିତରେ ଆସନ୍ତାକାଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କର ଇସ୍ରାଏଲ ଗସ୍ତ କାର୍ଯ୍ୟକ୍ରମ ଥିବା ବେଳେ ଏହା ପୂର୍ବରୁ ଏଭଳି ଭୟାନକ ଆକ୍ରମଣ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବଢ଼ାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe