ଅନ୍ଧାରରେ ଗାଜା: ଏକମାତ୍ର ପାୱାର ପ୍ଲାଣ୍ଟ୍‌ ଠପ୍‌

Advertisment

ଭୟାନକ ମାନବୀୟ ସଙ୍କଟ, ୨୬୦ ଶିଶୁ, ୨୩୦ ମହିଳାଙ୍କ ମୃତ୍ୟୁ

ଭୟାନକ ମାନବୀୟ ସଙ୍କଟ, ୨୬୦ ଶିଶୁ, ୨୩୦ ମହିଳାଙ୍କ ମୃତ୍ୟୁ

ଅନ୍ଧାରରେ ଗାଜା: ଏକମାତ୍ର ପାୱାର ପ୍ଲାଣ୍ଟ୍‌ ଠପ୍‌

ଗାଜା: ଗାଜାରେ ବିଦ୍ୟୁତ୍‌ ଯୋଗାଣ ପାଇଁ ରହିଥିବା ଏକମାତ୍ର ପାୱାର ପ୍ଲାଣ୍ଟ୍‌ ବୁଧବାର ବନ୍ଦ ହୋଇଯିବା ଫଳରେ ଏବେ ସମଗ୍ର ସହରକୁ ବିଦ୍ୟୁତ୍‌ ଯୋଗାଣ ବିଚ୍ଛିନ୍ନ ହୋଇଯାଇଛି। ଗାଜାକୁ ଇସ୍ରାଏଲ୍‌ ଖାଦ୍ୟ ଏବଂ ଇନ୍ଧନ ସମେତ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବନ୍ଦ କରିଦେବାପରେ ଅତି ଜଟିଳ ସ୍ଥିତି ଉପୁଜିଛି। ଗାଜାରେ ଇନ୍ଧନ ଅଭାବରୁ ପାୱାର ପ୍ଲାଣ୍ଟ୍‌ ଠପ୍‌ ହୋଇଯିବା ନେଇ ବିଭିନ୍ନ ମାନବାଧିକାର ସଂଗଠନ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲ୍ଲାଣ୍ଟ କହିଛନ୍ତି, ଗାଜାକୁ ବିଦ୍ୟୁତ, ଖାଦ୍ୟ ଏବଂ ଜାଳେଣି ସବୁକିଛି ବନ୍ଦ କରାଯିବ। ତେବେ ଗାଜାରେ ଏବେ ଅତି ଭୟଙ୍କର ମାନବୀୟ ସଙ୍କଟ ଦେଖାଦେଇଥିବାରୁ ତତ୍କାଳ ସମାଧାନର ରାସ୍ତା ବାହାର କରିବାକୁ ଜାତିସଂଘ ଗୁରୁତ୍ବାରୋପ କରିଛି। ହମାସ ବିରୋଧରେ ଇସ୍ରାଏଲ ଆକ୍ରମଣ ଜୋରଦାର କରିଥିବାରୁ ଗାଜାରୁ ଅନେକ ନାଗରିକ ଆଶ୍ରୟସ୍ଥଳକୁ ଚାଲି ଯାଇଛନ୍ତି।

ଭୟାନକ ମାନବୀୟ ସଙ୍କଟ

publive-image
ଗାଜା ଷ୍ଟ୍ରିପ୍‌: ଗାଜା ଷ୍ଟ୍ରିପ୍‌ରେ ଇସ୍ରାଏଲ୍‌ ବୋମାବର୍ଷା ପାଇଁ ୨୬୦,୦୦୦ରୁ ଅଧିକ ଲୋକ ସେମାନଙ୍କ ଘର ଛାଡ଼ି ଦେଇଛନ୍ତି। ଗାଜାରେ ୨୬୩,୯୩୪ ଲୋକ ସେମାନଙ୍କ ଘର ଛାଡ଼ି ଦେଇଥିବା ବିଶ୍ବାସ କରାଯାଉଛି। ଯୁଦ୍ଧ ତୀବ୍ର ହେଉଥିବାରୁ ଗାଜାରେ ୧୦୫୫ ଜଣଙ୍କର ମୃତ୍ୟୁ ହେଲାଣି। ଏଥି ମଧ୍ୟରେ ୨୬୦ ଶିଶୁ ଏବଂ ୨୩୦ ମହିଳା ଅଛନ୍ତି। ଇସ୍ରାଏଲ ଯୁଦ୍ଧ ଜାହାଜଗୁଡ଼ିକ ଲଗାତାର ଗାଜା ଷ୍ଟ୍ରିପ୍‌ ଉପରେ ଆକ୍ରମଣ ଜାରି ରଖିଥିବାରୁ ଏଠାରେ ବାସିନ୍ଦମାନେ ବାଧ୍ୟ ହୋଇ ଘର ଛାଡ଼ି ଆଶ୍ରୟସ୍ଥଳ ଚା‌ଲି ଯାଉଛନ୍ତି। ବୁଧବାର ଇସ୍ରାଏଲ ଯୁଦ୍ଧ ବିମାନ ଗାଜା ସହରର ଇସଲାମିକ ୟୁନିଭର୍ସିଟି ଉପରେ ଆକ୍ରମଣ କରିଛି। ବିମାନ ଆକ୍ରମଣ ଯୋଗୁଁ ୟୁନିଭର୍ସିଟିର ଅନେକ କୋଠା ମାଟିରେ ମିଶିଯାଇଛି। ଇସ୍ରାଏଲ ସେନା ଅନୁଯ‌ାୟୀ ଗତକାଲି ରାତିସାରା ଏହା ଗାଜା ସହରରେ ୨୦୦ଟି ଟାର୍ଗେଟ୍‌ରେ ମାଡ଼ କରିଛି। ଅନ୍ୟପକ୍ଷେ ପାଲେଷ୍ଟାଇନ ବିଦେଶ ମନ୍ତ୍ରାଳୟ ଅନୁଯାୟୀ ଶନିବାରଠାରୁ ଇସ୍ରାଏଲ ଆକ୍ରମଣ ଦ୍ବାରା ୨୨,୬୦୦ ଘର ଧ୍ବଂସ ହୋଇଯାଇଛି ଏବଂ ୧୦ଟି ସ୍ବାସ୍ଥ୍ୟକେନ୍ଦ୍ର ଏବଂ ୪୮ ସ୍କୁଲ୍‌ ଧ୍ବଂସ ହୋଇଛି। ଅନ୍ୟପକ୍ଷେ ଦକ୍ଷିଣ ଇସ୍ରାଏଲ ଉପରେ ହମାସ୍‌ ଆକ୍ରମଣର ପରିଣାମ କଫର ଆଜାରେ ଦେଖିବାକୁ ମିଳିଛି। ଗାଜା ଷ୍ଟ୍ରିପ୍‌ ଠାରୁ ମାତ୍ର ୩ କିମି ଦୂର କଫର ଆଜାରେ ୪୦ ଶିଶୁଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ହମାସ ଆତଙ୍କବାଦୀମାନେ ଏହି ବର୍ବର କାଣ୍ଡ ଘଟାଇଛନ୍ତି। ଅନ୍ୟପକ୍ଷେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଆଜି ସ୍ପଷ୍ଟ କରିଛନ୍ତି ଯେ ଇସ୍ରାଏଲ ଯୁଦ୍ଧରେ ୧୪ ଆମେରିକୀୟଙ୍କର ମୃତ୍ୟୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe