ଟ୍ରମ୍ପଙ୍କ ଅଧ୍ୟକ୍ଷତାରେ ଗାଜା ଶାନ୍ତି ସମ୍ମିଳନୀ ଆଜି: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆମନ୍ତ୍ରଣ, ଆଲୋଚନା ପୂର୍ବରୁ ଝଟକା

Advertisment

ଗତ ଦୁଇ ବର୍ଷ ଧରି ଗାଜାରେ ଚାଲିଥିବା ସଂଘର୍ଷରେ ଏବେ ବିରାମ ଲାଗିଛି। ଅସ୍ତ୍ରବିରତି କାର୍ଯ୍ୟକାରୀ କରିବା ପ୍ରକ୍ରିୟାର ସମ୍ପୂର୍ଣ୍ଣ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ  ଆସନ୍ତାକାଲି ଇଜିପ୍ଟର ଶର୍ମ ଶର୍ମ‌୍-ଅଲ୍‌-ଶେଖ୍‌ରେ ଅନୁଷ୍ଠିତ....

ଗତ ଦୁଇ ବର୍ଷ ଧରି ଗାଜାରେ ଚାଲିଥିବା ସଂଘର୍ଷରେ ଏବେ ବିରାମ ଲାଗିଛି। ଅସ୍ତ୍ରବିରତି କାର୍ଯ୍ୟକାରୀ କରିବା ପ୍ରକ୍ରିୟାର ସମ୍ପୂର୍ଣ୍ଣ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ  ଆସନ୍ତାକାଲି ଇଜିପ୍ଟର ଶର୍ମ ଶର୍ମ‌୍-ଅଲ୍‌-ଶେଖ୍‌ରେ ଅନୁଷ୍ଠିତ....

dgadggdczvc

ଶର୍ମ‌୍-ଏଲ୍‌-ଶେଖ୍: ଗତ ଦୁଇ ବର୍ଷ ଧରି ଗାଜାରେ ଚାଲିଥିବା ସଂଘର୍ଷରେ ଏବେ ବିରାମ ଲାଗିଛି। ଅସ୍ତ୍ରବିରତି କାର୍ଯ୍ୟକାରୀ କରିବା ପ୍ରକ୍ରିୟାର ସମ୍ପୂର୍ଣ୍ଣ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ  ଆସନ୍ତାକାଲି ଇଜିପ୍ଟର ଶର୍ମ ଶର୍ମ‌୍-ଅଲ୍‌-ଶେଖ୍‌ରେ ଅନୁଷ୍ଠିତ ହେବାକୁ ଥିବା  ଅନ୍ତର୍ଜାତୀୟ ଶାନ୍ତି ସମ୍ମିଳନୀରେ ଅଧ୍ୟକ୍ଷତା କରିବେ।   ଏହି ବୈଠକରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାଷ୍ଟ୍ରପତି ଟ୍ରମ୍ପ ଏବଂ ଇଜିପ୍ଟ  ରାଷ୍ଟ୍ରପତି ଆବ୍‌ଦେଲ୍ ଫତେହ ଅଲ୍-ସିସି ନିମନ୍ତ୍ରଣ କରିଛନ୍ତି। ତେବେ ଏହି ସମ୍ମିଳନୀରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ ଭାରତର ପ୍ରତିନିଧିତ୍ୱ କରିବେ।   ଏହି ଶିଖର ସମ୍ମିଳନୀରେ ୨୦ରୁ ଅଧିକ ଦେଶର ନେତା  ଯୋଗଦେବେ ।  

ଆଲୋଚନା ପୂର୍ବରୁ ଝଟକା
ତିନି କୂଟନୀତିଜ୍ଞଙ୍କ ଦୁର୍ଘଟଣା ମୃତ୍ୟୁ ପଛରେ ଷଡ୍‌ଯନ୍ତ୍ର ସନ୍ଦେହ

ତେବେ ବୈଠକର ଦିନକ ପୂର୍ବରୁ ଇଜିପ୍ଟର ଶର୍ମ‌୍-ଏଲ୍‌-ଶେଖ୍ ନିକଟରେ ଏକ ଭୟଙ୍କର କାର ଦୁର୍ଘଟଣାରେ କତରର ତିନି ଜଣ ବରିଷ୍ଠ କୂଟନୀତିଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।  ଏହି ଦୁର୍ଘଟଣା ଶର୍ମ‌୍-ଏଲ୍‌-ଶେଖ୍‌ଠାରୁ ୫୦ କିଲୋମିଟର ଦୂରରେ ଘଟିଛି। ଗାଡ଼ିରେ ପାଞ୍ଚ ଜଣ ବରିଷ୍ଠ କୂଟନୀତିଜ୍ଞ ଥିଲେ ଯେଉଁମାନେ ଇସ୍ରାଏଲ-ହମାସ ଶାନ୍ତି ଆଲୋଚନାରେ ମଧ୍ୟସ୍ଥ ଭୂମିକା ନେଉଥିଲେ। ଦୁଇ ଆହତ କୂଟନୀତିଜ୍ଞଙ୍କୁ ଶର୍ମ‌୍-ଏଲ୍‌-ଶେଖ୍  ଅନ୍ତର୍ଜାତୀୟ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଦୁର୍ଘଟଣା ପଛରେ ଯୋଜନାବଦ୍ଧ ଷଡ୍‌ଯନ୍ତ୍ର ରହିଛି ବୋଲି ମଧ୍ୟ ଅନେକ ଅଭିଯୋଗ କରିଛନ୍ତି। ଦୁର୍ଘଟଣାର ବିସ୍ତୃତ ଯାଞ୍ଚ ପାଇଁ ଇଜିପ୍ଟ କତରକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe