ଚତୁର୍ଥ ମାସରେ ଗାଜା ଯୁଦ୍ଧ: ସବୁ କମାଣ୍ଡର ମୂଳପୋଛ

Advertisment

ଉତ୍ତର ଗାଜାରେ ହମାସ୍‌ର ସାମାରିକ ଢାଞ୍ଚା ଧ୍ବସ୍ତ

ଉତ୍ତର ଗାଜାରେ ହମାସ୍‌ର ସାମାରିକ ଢାଞ୍ଚା ଧ୍ବସ୍ତ

ଇସ୍ରାଏଲ-ହମାସ ଯୁଦ୍ଧ: ଲେବାନନ ଉପରେ ଇସ୍ରାଏଲର ଆକ୍ରମଣ

ଜେରୁଜେଲମ୍: ଇସ୍ରାଏଲ ସେନା ଶନିବାର କହିଛି ଯେ ଉତ୍ତର ଗାଜାରେ ହମାସର କମାଣ୍ଡ୍ ଢାଞ୍ଚାକୁ ନଷ୍ଟ କରିବା କାର୍ଯ୍ୟ ଶେଷ ହୋଇଛି। ସେନା ମୁଖପାତ୍ର ଡାନିଏଲ ହାଗରୀ ଗଣମାଧ୍ୟମକୁ ଆହୁରି ମଧ୍ୟ କହିଛନ୍ତି ଯେ ପାଲେଷ୍ଟାଇନର ସଦସ୍ୟମାନେ ବର୍ତ୍ତମାନ ଏହି ଅଞ୍ଚଳରେ କେବଳ ବିକ୍ଷିପ୍ତ ଭାବରେ ଏବଂ କମାଣ୍ଡର ବିନା କାର୍ଯ୍ୟ କରୁଛନ୍ତି। ଯୁଦ୍ଧରେ ହମାସ୍‌ର ସବୁ କମାଣ୍ଡର ନିପାତ ହୋଇଛନ୍ତି। ଏବେ ଗାଜାପଟିର ମଧ୍ୟଭାଗରେ ଏବଂ ଦକ୍ଷିଣରେ ହମାସର ମୂଳୋତ୍ପାଟନ ଉପରେ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ସମୟ ଲାଗିବ ବୋଲି ସେ କହିଛନ୍ତି। ହମାସର ଅକ୍ଟେବାର ୭ ତାରିଖ ଆକ୍ରମଣର ଜବାବରେ ଇସ୍ରାଏଲ ଏହି ଅଞ୍ଚଳରେ ବୋମାମାଡ଼ କରି ଓ ସ୍ଥଳସେନା ପଠାଇ ଅତି କମ୍‌ରେ ୨୨,୭୨୨ ଜଣଙ୍କ ମୃତ୍ୟୁର କାରଣ ହୋଇଥିଲା, ଯେଉଁଥିରେ ଅଧିକାଂଶ ମହିଳା ଓ ଶିଶୁ ଥିଲେ ବୋଲି ହମାସ ଦ୍ୱାରା ପରିଚାଳିତ ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି। ହମାସର ମୂଳୋତ୍ପାଟନ ନ କରିବା ପର୍ଯ୍ୟନ୍ତ ଯୁଦ୍ଧ ବନ୍ଦ ହେବ ନାହିଁ ବୋଲି ଇସ୍ରାଏଲ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe