ନୂଆବର୍ଷର ପ୍ରଥମ ଦିନ ରକ୍ତରେ ଭାସିଲା ଗାଜା

ନୂଆବର୍ଷର ପ୍ରଥମ ଦିନରେ ଇସ୍ରାଏଲ୍ ଗାଜାରେ ଆକ୍ରମଣ ଜାରି ରଖିଛି। ଉତ୍ତର ଜବାଲିଆ ଏବଂ କେନ୍ଦ୍ରୀୟ ଅଲ-ବୁରିଜ କ୍ୟାମ୍ପରେ ଇସ୍ରାଏଲର ବୋମା ବିସ୍ଫୋରଣରେ ୧୭ ଜଣ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ଘଟିଛି...

Gaza was bathed in blood on the first day of the new year

Gaza was bathed in blood on the first day of the new year Photograph: (Sambad.in)

‌ଗାଜା: ଉତ୍ସବ, ଆନନ୍ଦ ଏବଂ ନୂତନ ଆଶା ସହିତ ସମଗ୍ର ବିଶ୍ୱ ନୂତନ ବର୍ଷରେ ପ୍ରବେଶ କରିଥିବାବେଳେ ଗାଜାରେ ନୂତନ ବର୍ଷର ପ୍ରଥମ ଦିନ ମଧ୍ୟ ରକ୍ତରେ ଭାସିଛି। ୨୦୨୫ ବର୍ଷର ପ୍ରଥମ ଦିନରେଗାଜା ଯୁଦ୍ଧ ଏହାର ୪୫୩ ତମ ଦିନରେ ପ୍ରବେଶ କରିଛି, ବର୍ଷର ପ୍ରଥମ ଦିନରେ ମଧ୍ୟ ଇସ୍ରାଏଲ୍ ଗାଜା ଉପରେ ଆକ୍ରମଣ ଜାରି ରଖିଛି।

ବୁଧବାର ଉତ୍ତର ଜବାଲିଆ ଏବଂ କେନ୍ଦ୍ରୀୟ ଅଲ-ବୁରିଜ କ୍ୟାମ୍ପରେ ଇସ୍ରାଏଲ ବୋମା ବିସ୍ଫୋରଣରେ ୧୭ ପାଲେଷ୍ଟାଇନୀୟଙ୍କର ମୃତ୍ୟୁ ଘଟିଛି। ଏହା ସହିତ ରିଲିଫ କ୍ୟାମ୍ପ୍‌ରେ ମଧ୍ୟ ଲୋକଙ୍କ ଜୀବନ ଯାଇଛି। ଗତ କିଛି ଦିନ ହେବ ବର୍ଷା ପରିସ୍ଥିତିକୁ ଆହୁରି ଖରାପ କରିଦେଇଛି। ବର୍ଷା ତମ୍ବୁକୁ ବୁଡ଼ାଇ ଦେଇଛି ଏବଂ ଗାଜାରେ ଇସ୍ରାଏଲର ପ୍ରତିବନ୍ଧକ ପରିସ୍ଥିତିକୁ ଆହୁରି ଖରାପ କରୁଛି।

ମିଳିତ ଜାତିସଂଘ କହିଛି ଯେ, ଗାଜାର ଡାକ୍ତରଖାନା ଉପରେ ଇସ୍ରାଏଲର ଆକ୍ରମଣ ଯୋଗୁ  ସ୍ୱାସ୍ଥ୍ୟ ସେବାକୁ ନଷ୍ଟ ହୋଇଯାଇଛି। ଜାତିସଂଘ ଏହା ମଧ୍ୟ କହିଛି ଯେ, ଏହି ଆକ୍ରମଣ କରିବା ପଛରେ ଇସ୍ରାଏଲର କାରଣ, ପାଲେଷ୍ଟାଇନ ସଶସ୍ତ୍ର ଗୋଷ୍ଠୀ ଏହି ସୁବିଧା ବ୍ୟବହାର କରୁଛନ୍ତି। ଏହା ମିଥ୍ୟା ଏବଂ ସର୍ବସାଧାରଣଙ୍କ ନିକଟରେ ଉପଲବ୍ଧ ତଥ୍ୟର ବିପରୀତ।

ଅଧିକ ପଢ଼ନ୍ତୁ: 'ରାହୁଲ ରାଜନୀତିରେ ସକ୍ରିୟ ରହିବା ଜରୁରୀ'

ଇସ୍ରାଏଲ୍ ଆକ୍ରମଣ ପରେ ମଧ୍ୟ ହମାସ୍‌ର ଅଲ-କାସାମ ବ୍ରିଗେଡ୍ ଇସ୍ରାଏଲ୍ ବାହିନୀ ଏବଂ ବସ୍ତିବାସିନ୍ଦାଙ୍କୁ ଟାର୍ଗେଟ କରିଚାଲିଛି। ହମାସ୍‌ର ସାମରିକ ୱିଙ୍ଗ ଅଲ-କାସାମ ବ୍ରିଗେଡ ଘୋଷଣା କରିଛି ଯେ ଏହାର ଯୁଦ୍ଧବିମାନ ଇସ୍ରାଏଲର ନେଟିଭୋଟ ବସ୍ତିରେ ରକେଟ ମାଡ଼ କରିଛି। 

ଅଧିକ ପଢ଼ନ୍ତୁ:ସୁରକ୍ଷା ପରିଷଦ ଅସ୍ଥାୟୀ ସଦସ୍ୟ ଭାବେ ପାକିସ୍ତାନର ୨ବର୍ଷ କାର୍ଯ୍ୟକାଳ ଆରମ୍ଭ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe