ବଞ୍ଚିବା ପାଇଁ ଭୀଷଣ ସଂଘର୍ଷ :ଗୋଦାମ,ରିଲିଫ୍ କେନ୍ଦ୍ରରେ ପଶି ଲୁଟିଛନ୍ତି ଗାଜାବାସୀ

Advertisment
ବଞ୍ଚିବା ପାଇଁ ଭୀଷଣ ସଂଘର୍ଷ :ଗୋଦାମ,ରିଲିଫ୍ କେନ୍ଦ୍ରରେ ପଶି ଲୁଟିଛନ୍ତି ଗାଜାବାସୀ

ନ୍ୟୁୟର୍କ: ମିଳିତ ଜାତିସଂଘର ପାଲେଷ୍ଟାଇନ୍ ଶରଣାର୍ଥୀ ଏଜେନ୍ସି (ୟୁଏନ୍ଆର‌୍ଡବ୍ଲ୍ୟୁଏ)ର ଗୋଦାମ ଓ ବିତରଣ କେନ୍ଦ୍ରରେ ହଜାର ହଜାର ଗାଜା ବାସିନ୍ଦା ପଶି ଅଟା ଓ ମୌଳିକ ବଞ୍ଚିବା ସାମଗ୍ରୀ ଲୁଟ୍‌ କରିଛନ୍ତି। ୟୁଏନ୍ଆରଡବ୍ଲ୍ୟୁଏ ଏକ ବିବୃତିରେ କହିଛି ଯେ, ତିନି ସପ୍ତାହର ଯୁଦ୍ଧ ପରେ ନାଗରିକ ଶୃଙ୍ଖଳା ଭାଙ୍ଗିବା ଆରମ୍ଭ ହେବାର ଏହା ଏକ ଚିନ୍ତାଜନକ ସଙ୍କେତ। ଗତ ଅକ୍ଟୋବର ୭ ତାରିଖରେ ହମାସ ଦ୍ୱାରା ହୋଇଥିବା ଭୟଙ୍କର ଆକ୍ରମଣର ଜବାବରେ ଇସ୍ରାଏଲ ଘନ ଜନବହୁଳ ପାଲେଷ୍ଟାଇନ ଅଞ୍ଚଳରେ ବୋମାମାଡ଼ ଆରମ୍ଭ କରିବା ପରେ ଗାଜାକୁ ସହାୟତା ଯୋଗାଣ ବନ୍ଦ ହୋଇଯାଇଛି। ଇଜିପ୍ଟରୁ ଟ୍ରକ୍ ଯୋଗେ ଗାଜା ଷ୍ଟ୍ରିପ୍‌କୁ ଆସୁଥିବା ମାନବିକ ସହାୟତା ପର୍ଯ୍ୟାପ୍ତ ନୁହେଁ ବୋଲି ୟୁଏନଆରଡବ୍ଲ୍ୟୁଏ କହିଛି।

ଗାଜାକୁ ମାନବୀୟ ସହାୟତା ଆଣିବା ପାଇଁ ବର୍ତ୍ତମାନର ବ୍ୟବସ୍ଥା ବିଫଳ ହେବାକୁ ଯାଉଛି। କେବଳ ବଞ୍ଚିବା ପାଇଁ ସମ୍ପ୍ରଦାୟର ଭୀଷଣ ସଂଘର୍ଷ ଚାଲିଥିବା ବେଳେ ବେଳେ ଆମକୁ ମିଳୁଥିବା ସହାୟତା ଅତ୍ୟନ୍ତ କ୍ଷୁଦ୍ର ଓ ଅସଙ୍ଗତ ବୋଲି ଏଜେନ୍ସି କହିଛି। ୟୁଏନ୍ଆରଡବ୍ଲୁଏ କହିଛି ଯେ, ଗାଜାରେ ଲୋକଙ୍କୁ ସାହାଯ୍ୟ କରିବାର କ୍ଷମତା ସମ୍ପୂର୍ଣ୍ଣ ଭାବେ ଏୟାର ଷ୍ଟ୍ରାଇକ୍ ଦ୍ୱାରା ବାଧାପ୍ରାପ୍ତ ହୋଇଛି, ଯେଉଁଥିରେ ଏହାର ୫୦ରୁ ଅଧିକ କର୍ମଚାରୀ ପ୍ରାଣ ହରାଇଛନ୍ତି। ପ୍ରଥମ ଆରବ-ଇସ୍ରାଏଲ ଯୁଦ୍ଧ ପରେ ୧୯୪୯ ମସିହାରେ ସ୍ଥାପିତ ହୋଇଥିବା ୟୁଏନ୍‌ଆର୍‌ଡବ୍ଲୁଏ ଗାଜା, ୱେଷ୍ଟ ବ୍ୟାଙ୍କ, ଜର୍ଡାନ, ସିରିଆ ଓ ଲେବାନନରେ ବିଦ୍ୟାଳୟ, ପ୍ରାଥମିକ ସ୍ୱାସ୍ଥ୍ୟସେବା ଏବଂ ମାନବିକ ସହାୟତା ସମେତ ସର୍ବସାଧାରଣ ସେବା ପ୍ରଦାନ କରିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe