ଗାଜାର କରୁଣ ଦୃଶ୍ୟ: ଭଙ୍ଗାଘର ତଳେ ମଣିଷ କଙ୍କାଳ

ଗାଜା ଯୁଦ୍ଧ ଯୋଗୁ ହଜାର ହଜାର ଲୋକ ବାସହୀନ ହୋଇପଡ଼ିଛନ୍ତି। ଯୁଦ୍ଧ ଯୋଗୁ ଘରୁ ପଳାଇଥିବା ଲୋକେ ୧୫ ମାସ ପରେ ଘରକୁ ଫେରି କରୁଣ ଦୃଶ୍ୟ ଦେଖିବାକୁ ପାଉଛନ୍ତି। ଭଙ୍ଗା ଘର ତଳେ ମଣିଷ କଙ୍କାଳ ପଡ଼ି ରହିଛି। ଲୋକେ ଭିଟାମାଟିକୁ ‌ଫେରି ଏବେ ନିଜ ଘରର ଏଭଳି ଦୃଶ୍ୟ ଦେଖି ମର୍ମାହତ ହୋଇଛନ୍ତି...

Gaza's grim scene, Human skeletons under rubble

Gaza's grim scene, Human skeletons under rubble

ଗାଜା:  ଗାଜାରେ ଅସ୍ତ୍ରବିରତି ଘୋଷଣା ପରେ ଯୁଦ୍ଧ ବିରାମ ଘୋଷଣା ପରେ ଇସ୍ରାଏଲ୍ ସେନା ପ୍ରତ୍ୟାହାର କରିଛି।  ୧୫ ମାସ ପରେ ଲୋକମାନେ ନିଜ ନିଜ ଘରକୁ ଫେରୁଛନ୍ତି।  ସେମାନେ ଇସ୍ରାଏଲର ଆକ୍ରମଣ ଯୋଗୁ  ସାମରିକ ଆଶ୍ରୟସ୍ଥଳରେ ରହିବାକୁ ବାଧ୍ୟ ହୋଇଥିଲେ। ଗାଜାବାସୀ ୧୫ ମାସ ପରେ ନିଜ ଭିଟାମାଟିକୁ  ଫେରି ଖୁସି, କିନ୍ତୁ ବିନାଶର ଦୃଶ୍ୟ ସେମାନଙ୍କୁ ମର୍ମାହତ କରିଛି। ସେମାନେ ଏବେ ଚାରିଆଡେ କେବଳ ଆବର୍ଜନା ଗଦା ଦେଖୁଛନ୍ତି।  

ଯେଉଁଠାରେ ସେମାନଙ୍କ ଘର, ଦୋକାନ, ବିଦ୍ୟାଳୟ ଏବଂ ପାର୍କ ଏକଦା ଠିଆ ହୋଇଥିଲା ଏବେ ସେସବୁ ଧ୍ବଂସସ୍ତୁପ ପାଲଟିଛି। ଭିଟାମାଟିର ଭ୍‌ଗା ଘର ତଳେ ଏବେ ମଣିଷ କଙ୍କାଳ ଜମା ହୋଇରହିଛି।  

ଜାତିସଂଘ ମାନବିକ ବ୍ୟାପାର କାର୍ଯ୍ୟାଳୟର ରିପୋର୍ଟରେ କୁହାଯାଇଛି ଯେ, ଗାଜା ଅଞ୍ଚଳରେ ଯୁଦ୍ଧ ଯୋଗୁ  ୪,୩୬,୦୦୦ ରୁ ଅଧିକ କୋଠା ସମ୍ପୂର୍ଣ୍ଣ ଭାଙ୍ଗି ପଡିଛି।   ୨,୭୬,୦୦୦ରୁ ଅଧିକ  କୋଠା ନଷ୍ଟ ହୋଇଯାଇଛି। ଏହି ଯୁଦ୍ଧ ଯୋଗୁ ଗାଜାର ୯୦% ଲୋକ ବିସ୍ଥାପିତ ହୋଇଛନ୍ତି।

ଅସ୍ତ୍ରବିରତି  ପରେ ରାଫାକୁ ଫେରିଥିବା ମହମ୍ମଦ ଅବୁ ବିଲାଲ ସିଏନଏନ ସହ କଥାବାର୍ତ୍ତା କରି କହିଛନ୍ତି ଯେ, ମୋର ଚାରିଟି ଘର ଥିଲା କିନ୍ତୁ ବର୍ତ୍ତମାନ ସବୁ ସବୁ ଭାଙ୍ଗିରୁଜି ମାଟିରେ ମିଶି ଯାଇଛି।   ବର୍ତ୍ତମାନ ମୁଁ କେଉଁଠାରେ ଅଛି, ମୋ ଘର କେଉଁଠାରେ ଅଛି ଏବଂ ମୋ ଜୀବନ କ’ଣ ବିଷୟରେ ମୁଁ କ’ଣ କହିବି ଚିନ୍ତା କରି ପାରୁନାହିଁ। ଅନ୍ୟ ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି, ଯୁଦ୍ଧ ବନ୍ଦ ହେବା ମାତ୍ରେ ମୁଁ  ମୋ ଘର ସୁରକ୍ଷିତ କି ନାହିଁ ଦେଖିବାକୁ  ଆସିଲି। ସେଠାରେ ମୁଁ କେବଳ ଇଟା ଓ ପଥରର ଆବର୍ଜନା ପାଇଲି। ଘର ବିନା ଆମର ଆଗାମୀ  ଜୀବନ କିପରି କଟିବ ଆମେ ଚିନ୍ତା  କରି ପାରୁ ନାହୁଁ।  ବର୍ତ୍ତମାନ ଆମେ ରାସ୍ତାରେ ବାସ କରୁଛୁ।  ସାମରିକ  ତମ୍ବୁରେ ରହିବା ଆମ ପାଇଁ ଜରୁରୀ ହୋଇ ପଡ଼ିଛି।

ଗାଜାରେ ସେମାନଙ୍କର ଘର ଦେଖିବା ପରେ ଲୋକଙ୍କ ମଧ୍ୟରେ ସବୁଠାରୁ ବଡ ଚିନ୍ତା ହେଉଛି ଏହି ବିନାଶ ମଧ୍ୟରେ ସେମାନେ କିପରି ବଞ୍ଚିବେ। ଉତ୍ତର ଗାଜାର ବିଟ୍ ଲାହିଆର ନାଦିଆ ଆବୁ ଖାଲୁବ କୁହନ୍ତି,  ବୋମା ବିସ୍ଫୋରଣ ଦ୍ୱାରା ସମଗ୍ର ଅଞ୍ଚଳ ନଷ୍ଟ ହୋଇଯାଇଛି।  ମୋ ପାଖରେ ମୋର ଘରର ଚାବି ଅଛି। ଯାହା ଯୁଦ୍ଧ ଆରମ୍ଭ ହେବା ପରେ ମୁଁ  ସମାରିକ ଆଶ୍ରୟସ୍ଥଳକୁ ପଳାଇଥିଲି। ବର୍ତ୍ତମାନ ମୁଁ ଫେରି ଆସିଛି, ମୋ ଘରେ ଆଉ  କିଛି ବାକି ନାହିଁ, ବର୍ତ୍ତମାନ କେବଳ ମୋ ପାଖରେ ମୋ ଘର ଚାବି ରହିଛି।

ଅଧିକ ପଢ଼ନ୍ତୁ: ଆରଜି କର ଦୁଷ୍କର୍ମ ହତ୍ୟା ମାମଲା: ଦୋଷୀ ସଞ୍ଜୟକୁ ମିଳିଲା ଆଜୀବନ କାରାଦଣ୍ଡ

ରାଫା ନିବାସୀ ଆବୁ ତାହା ଏପିଙ୍କୁ କହିଛନ୍ତି ଯେ,  ହଲିଉଡର ଏକ ଭୟଙ୍କର ଚଳଚ୍ଚିତ୍ରରେ ବିନାଶ ଦେଖିବା ପରି ଏହା ଲାଗୁଛି। ଆମେ ନିଜେ ଫିଲ୍ମରେ ଏହି ପ୍ରକାରର ବିନାଶ ଦେଖିଥିଲୁ, ଯାହାକୁ ଆମେ ଆଜି ଆମ ସହରରେ ଦେଖୁଛୁ।  ଘରଗୁଡିକ ଭୂମିରେ ଭାଙ୍ଗି ଯାଇଛି, ମାନବ ଖପୁରୀ, କଙ୍କାଳ ଏବଂ ହାଡଗୁଡିକ ଆବର୍ଜନା ତଳେ ପୋତି ହୋଇ ରହିଛି। ଏହି ସବୁ ଭୟାନକ ଦୃଶ୍ୟ ଦେଖି ଆମେ ଭୟରେ ଶିହିରି ଉଠୁଛୁ। 

ଗାଜା ସହରର  ୪୦ ବର୍ଷିୟ ଅହମ୍ମଦ ଅବୁ ଆୟାମ କହିଛନ୍ତି ଯେ, ଅସ୍ତ୍ରବିରତି ଖବର ନିଶ୍ଚିତ ଭଲ କିନ୍ତୁ କ୍ଷୟକ୍ଷତି ଏତେ ଅଧିକ ଯେ, ଆମ ପାଖରେ ଉତ୍ସବ ପାଳନ କରିବା ଭଳି ଆଉ  କିଛି ନାହିଁ। ଆମେ ବହୁତ ଗଭୀର ଯନ୍ତ୍ରଣା ଭୋଗୁଛୁ।  ଆମ ଛାତି ଭିତରେ କୋହ ରହିଛି। କେବଳ ପରସ୍ପରକୁ ଆଲିଙ୍ଗନ କରି କାନ୍ଦି ଏହାକୁ ଲାଘବ କରାଯାଇପାରିବ।  ଆମକୁ ଏକାଠି ଆଗକୁ ବଢ଼ିବାକୁ ହେବ।

ଅଧିକ ପଢ଼ନ୍ତୁ:  ସୈଫ୍‌ଙ୍କୁ ଦେଖା କରି ସାଙ୍ଗ ହୋଇ ହସ୍ପିଟାଲ୍‌ରୁ ବାହାରିଲେ ଅର୍ଜୁନ-ମଲାଇକା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe