Image Courtesy of Zee News
ଲଣ୍ଡନ୍: ଭାରତୀୟ ଲେଖିକା ଗୀତାଞ୍ଜଳି ଶ୍ରୀଙ୍କର ହିନ୍ଦୀ ଉପନ୍ୟାସ ‘ଟୁମ୍ ଅଫ୍ ସ୍ୟାଣ୍ଡ୍’କୁ (ମୂଳ ହିନ୍ଦୀ ‘ରେତ୍ ସାମଧି’) ( ଓଡ଼ିଆରେ ‘ସୈକତ ସାମାଧି’) ଆନ୍ତର୍ଜାତିକ ‘ବୁକର୍ ପୁରସ୍କାର’ ମିଳିଛି। ଏହି ଉପନ୍ୟାସ ହେଉଛି ‘ବୁକର୍ ପୁରସ୍କାର’ ପାଇବାରେ ଯେକୌଣସି ଭାରତୀୟ ଭାଷାରେ ପ୍ରଥମ ପୁସ୍ତକ।
ଗୁରୁବାର ଦିନ ଲଣ୍ଡନ୍ରେ ଆୟୋଜିତ ପୁରସ୍କାର ପ୍ରଦାନ ସମାରୋହରେ ପୁରସ୍କାର ଗ୍ରହଣ କରିବା ବେଳେ ନୂଆଦିଲ୍ଲୀର ଲେଖିକା ଗୀତାଞ୍ଜଳି ଶ୍ରୀ ଅଭିଭୂତ ହୋଇପଡ଼ିଥିଲେ। ଏହି ପୁସ୍ତକର ଇଂରାଜୀ ଅନୁବାଦକ ଡେଜି ରକ୍ୱେଲ୍ଙ୍କ ସହ ମୂଳ ହିନ୍ଦୀ ଲେଖିକା ଗୀତାଞ୍ଜଳି ଶ୍ରୀଙ୍କୁ ପୁରସ୍କାର ବାବଦକୁ ମିଳିତ ଭାବେ ୫୦,୦୦୦ ପାଉଣ୍ଡ୍ ପ୍ରଦାନ କରାଯାଇଛି।
Image Courtesy of NDTV‘ଟୁମ୍ ଅଫ୍ ସ୍ୟାଣ୍ଡ୍’ ଉପନ୍ୟାସଟିର ପୃଷ୍ଠଭୂମି ଉତ୍ତର ଭାରତରେ ଏବଂ ଏଥିରେ ଜଣେ ୮୦ ବର୍ଷୀୟ ବିଧବା ମହିଳା ୧୯୪୭ରେ ହୋଇଥିବା ଭାରତ ଓ ପାକିସ୍ତାନ ବିଭାଜନ ସମୟର ଅନୁଭୂତି କଥା ବର୍ଣ୍ଣନା କରାଯାଇଛି। ‘ବୁକର୍ ପୁରସ୍କାର’ ବିଚାରକ ମଣ୍ଡଳୀ ଏହାକୁ ‘ଆନ୍ଦନମୟ କୋଳାହଳ’ ଏବଂ ‘ଅଦମ୍ୟ ଉପନ୍ୟାସ’ ବୋଲି କହିଛନ୍ତି।
ପୁରସ୍କାର ଗ୍ରହଣ ଭାଷଣରେ ୬୪ ବର୍ଷୀୟ ଗୀତାଞ୍ଜଳି ଶ୍ରୀ କହିଛନ୍ତି, ‘ବୁକର୍’ ପାଇବାର ଅଭିଳାଷ ନ ଥିଲା। ପାଇବି ବୋଲି କଳ୍ପନା ମଧ୍ୟ କରି ନ ଥିଲି। ଏଡ଼େ ବଡ଼ ସ୍ବୀକୃତି। ମୁଁ ବିସ୍ମିତ, ଆନନ୍ଦିତ, ସମ୍ମାନିତ ଓ କୃତଜ୍ଞ।
୬ଟି ପୁସ୍ତକ ଥିବା ସଂକ୍ଷିପ୍ତ ତାଲିକାରୁ ଶ୍ରୀଙ୍କ ଉପନ୍ୟାସ ପୁରସ୍କାର ପାଇ ବିବେଚିତ ହୋଇଥିଲା।
Follow Us